ଓଡିଆ ନ୍ୟୁଜ (ବ୍ୟୁରୋ) : ଏଏସଓ ଚୟନ ପ୍ରକ୍ରିୟାରେ ଅନିୟମିତତା ମାମଲରେ ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମେ ୧୯ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇ ମାସ ମଧ୍ୟରେ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ନିର୍ଦ୍ଦେଶ କାର୍ୟ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ ଅଦାଲତ ଅବମାନନା ମାମଲା କରିଥିଲେ କିଛି ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା ।
ସୂଚନାଥାଉକି, ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ । ମୂଲ୍ୟାୟନ ପଦ୍ଧତିରେ ହଠାତ୍ ପରିବର୍ତ୍ତନ ଆଣି ପ୍ରତି ବିଷୟରେ କ୍ୱାଲିଫାଇଂ ମାର୍କ ବ୍ୟବସ୍ଥା ଲାଗୁ କରିଥିଲା କ୍ସଚଗଈ ଏବଂ ଗୋଟିଏ ପଦ ପାଇଁ ଦେଢ଼ ଜଣ ଆଧାରରେ ମୋଟ୍ ୧୧ ଶହ ୪ ପ୍ରାର୍ଥୀଙ୍କର ମେରିଟ୍ ଲିଟ୍ ପ୍ରକାଶ କରିଥିଲା ।