ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି। କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ଉମାଶଙ୍କର ଦାଶ ହେଲେ ଅତିରିକ୍ତ ପୋଲିସ କମିଶନର। ସଞ୍ଜୀବ ପଣ୍ଡା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ। ଅରୁଣ ବୋଥ୍ରା ହେଲେ ଏଡିଜିପି, ସିଆଇଡି-ସିବି । ଝାରସୁଗୁଡ଼ା ଏସପି ହେଲେ ରାହୁଲ ଜୈନ। ଡ.ଶର୍ବଣା ବିବେକ୍ ହେଲେ ବ୍ରହ୍ମପୁର ଏସ୍ପି।
ନୀତିଶେଖର ହେଲେ ଡିଆଇଜି, ଡବ୍ଲ୍ୟୁଆର, ରାଉରକେଲା।ମନୋଜ ଛାବ୍ରା ହେଲେ ଜେଲ୍ ଡିଜି।ସନ୍ତୋଷ କୁମାର ଉପାଧ୍ୟାୟ ହେଲେ ଅଗ୍ନିଶମ, ଡିଜି।ସତୀଶ ଗଜଭିୟେ ହେଲେ ଆଇଜିପି, କମ୍ୟୁନିକେସନ୍।ସେଫିନ୍ ଅହମ୍ମଦ ହେଲେ ଆଇଜିପି, ଏଚ୍ଆରପିସି।ଖୋର୍ଦ୍ଧା ଏସପି ହେଲେ ସିଦ୍ଧାର୍ଥ କଟାରିୟା।ଏସ୍.ସୁଶ୍ରୀ ହେଲେ ନବରଙ୍ଗପୁର ଏସପି।ଅଭିଳାଷ ଜି ହେଲେ କଳାହାଣ୍ଡି ଏସ୍ପି। ନୟାଗଡ଼ ଏସ୍ପି ହେଲେ ଅଲେଖ ସିଂ।