ଓଡିଆ ନ୍ୟୁଜ୍(ବ୍ୟୁରୋ): ଦିନ ଦ୍ୱିପ୍ରହରେ ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀଙ୍କୁ ଅପହରଣ ଉଦ୍ୟମ । ଅପହରଣ କରୁଥିବା ବେଳେ ପହଞ୍ଚିଲା ପିସିଆର । ଯୁବତୀଙ୍କୁ ସୁଇଫ୍ଟ କାରରେ ତିନି ଜଣ ଯୁବକଙ୍କ ଅପହରଣ ଉଦ୍ୟମ କରିଥିଲେ । ତିନି ଅପହରଣକାରୀଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ । ସ୍ୱାମୀ ଓ ମାମୁଁ ଅପହରଣ କରୁଥିବା ଅଭିଯୋଗ ହୋଇଛି । ମାମୁଁ ଓ ୨ ସହଯୋଗୀଙ୍କୁ ନୟାପଲ୍ଲୀ ଥାନାରେ ଅଟକ ରଖାଯାଇଥିବା ବେଳେ ସ୍ୱାମୀ ଫେରାର ଅଛନ୍ତି । ଯୁବତୀ ଜଣକ ଆସିକା ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଛି । ଅପହରଣ ଉଦ୍ୟମ ବେଳେ PCRକୁ ଫୋନ୍ରେ ଜଣାଇଥିଲେ ଯୁବତୀ ଜଣକ । ଅପହରଣରେ ବ୍ୟବହୃତ କାର ଜବତ କରି ଯୁବତୀଙ୍କ ବୟାନ ରେକର୍ଡ କରୁଛି ପୋଲିସ । ଯୁବତୀଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଉଛି ।