ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁନ୍ ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି । ଅଧିନାୟକ କେ.ଏଲ୍ ରାହୁଲଙ୍କ ରୂପରେ ଟିମ୍ ଇଣ୍ଡିଆକୁ ଏହି ଝଟକା ଲାଗିଛି। ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସ୍ପିନର କୁଲଦୀପ ଯାଦବଙ୍କୁ ବାଦ ଦିଆଯାଇଛି। ଏହାକୁ ଆନୁଷ୍ଠାନିକ ଭାବେ ବିସିସିଆଇ ଦ୍ୱାରା ନିଶ୍ଚିତ କରାଯାଇଛି।
ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ ମଧ୍ୟ ଆହତ କାରଣରୁ ସେ ଆଉ ସିରିଜର ଅଂଶ ହେବେ ନାହିଁ। ଏହି ପଦବୀରେ ଋଷଭ ପନ୍ତ ଦଳର ଅଧିନାୟକ ହେବେ। ଏହି ପା ଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତି ପାଇଥିବା ବିସିସିଆଇ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏଥି ସହିତ ଉପ-ଅଧିନାୟକଙ୍କ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରାଯାଇଛି, ଯିଏକି ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ୍ ଚାମ୍ପିଅନ୍ କରିଛନ୍ତି।
ଆହତ କାରଣରୁ କେ.ଏଲ୍ ରାହୁଲ ଏବଂ କୁଲଦୀପ ଯାଦବ ଏହି ସିରିଜର ଅଂଶ ହେବେ ନାହିଁ ବୋଲି ବିସିସିଆଇ ଟ୍ୱିଟ୍ କରିଛି। ବୋର୍ଡ କହିଛି, ଡାହାଣ ଗ୍ରୀନ ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜରୁ ଟିମ୍ ଇଣ୍ଡିଆ ଅଧିନାୟକ କେ.ଏଲ୍ ରାହୁଲଙ୍କୁ ବାଦ ଦିଆଯାଇଥିବାବେଳେ କୁଲଦୀପ ଯାଦବଙ୍କୁ ଡାହାଣ ହାତରେ ଆଘାତ ଲାଗିଥିବାରୁ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି।