ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତର ଘରୋଇ ମହାକାଶ ଶିଳ୍ପକୁ ବଡ଼ ସଫଳତା। ସଫଳ ହୋଇଛି ଅଗ୍ନିକୁଲ୍ କସ୍ମୋସର SOrTeD ମିଶନର ଉତକ୍ଷେପଣ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଅଗ୍ନିବାଣ ସର୍ଟେଡ-1 ମିଶନକୁ ସଫଳତାର ସହ ପ୍ରକ୍ଷେପଣ କରାଯାଇଛି । ଏନେଇ ଆଜି ଅଗ୍ନିକୁଲ କସମାସକୁ ଶୁଭେଚ୍ଛା ଜଣାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) । ଏହାସହ ଲଞ୍ଚକୁ ଏକ ମାଇଲଖୁଣ୍ଟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟ ଅପ କମ୍ପାନୀ ଅଗ୍ନିକୁଲ୍ କସ୍ମୋସ ଏହି ଉତକ୍ଷେପଣ କରିଛି।
ଏହି ମିଶନର ସଫଳ ଉତକ୍ଷେପଣ ନିଶ୍ଚିତ ରୂପେ ମହାକାଶ ଟେକ୍ନୋଲୋଜି ବିକାଶ କ୍ଷେତ୍ରରେ ଘରୋଇ କମ୍ପାନୀ ଏବଂ ଦେଶ ପାଇଁ ଏକ ପ୍ରମୁଖ ମାଇନଖୁଣ୍ଟ। ଆଗାମୀ ଦିନରେ ଏଦିଗରେ ଘରୋଇ କମ୍ପାନୀର ସହଭାଗିତାକୁ ପ୍ରୋତ୍ସାହିତ କରିବ। ଅଗ୍ନିକୁଲ୍ କସ୍ମୋସର ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) କମ୍ପାନୀକୁ ଅଭିନନ୍ଦନ ଜଣାଇବା ସହ ଏହି ଉତକ୍ଷେପଣକୁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି କହିଛି। ଅଗ୍ନିବାଣ SOrTeD(Suborbital Tech Demonstrator) ଏକ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ ହେବ ।
ଯାହା ବ୍ୟାବସାୟିକ ଭାବରେ ଉପଲବ୍ଧ ଟର୍ବାଇନ ଇନ୍ଧନ କିମ୍ବା ମେଡିକାଲ ଗ୍ରେଡ୍ ତରଳ ଅମ୍ଳଜାନ ବ୍ୟବହାର କରିଥାଏ । Sue 700କିଲୋମିଟର ଉଚ୍ଚତାକୁ 300 କିଲୋଗ୍ରାମ ପର୍ଯ୍ୟନ୍ତ ନେବାର ସକ୍ଷମତା ରହିଥାଏ । ଏହି ଇଞ୍ଜିନ୍ ପରୀକ୍ଷା ଅଗ୍ନିକୁଲର ନିଜସ୍ୱ ଡାଟା ଅଧିଗ୍ରହଣ ପ୍ରଣାଳୀ ଏବଂ ଫ୍ଲାଇଟ୍ କମ୍ପ୍ୟୁଟର ଦ୍ୱାରା ଚାଳିତ । ଅଗ୍ନିବାଣ ଉଭୟ ନିମ୍ନ ଏବଂ ଉଚ୍ଚ କକ୍ଷପଥରେ ପହଞ୍ଚିପାରେ । ଏହା 10 ରୁ ଅଧିକ ଲଞ୍ଚ ପୋର୍ଟରେ ପହଞ୍ଚିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଅଗ୍ନିବାଣ ସରଟେଡ ଭୂଲମ୍ବ(ଭର୍ଟିକାଲ) ଭାବେ ଉଡାଣ ଭରିବ ଏବଂ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରିବ ।