ଓଡିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜାଣନ୍ତୁ କାହିଁକି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡିଶା ଆସିପାରନ୍ତି । ଆସନ୍ତା ଶୁକ୍ରବାର ସେ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର ସମ୍ଭାବନା ରହିଛି । ଯଦି ଉଭୟ ନେତାଙ୍କ ମଧ୍ୟରେ ଭେଟଘାଟ ହୁଏ ତେବେ କଣ ଆଲୋଚନା ହେବ ସେ ନେଇ ସମସ୍ତଙ୍କର ଆଗ୍ରହ ରହିଛି । ଏନେଇ ଚର୍ଚ୍ଚା ଜୋର ଧରିଥିଲେ ବି ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ଏଥିପାଇଁ ବିଭିନ୍ନ ଆଂଳିକ ଦଳର ନେତୃବୃନ୍ଦଙ୍କୁ ଭେଟୁଛନ୍ତି ।

ଏହା ଆଗରୁ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ମଧ୍ୟ ଭେଟି ସାରିଛନ୍ତି । ସେତେବେଳେ ବିଜେପି ବିରୋଧୀ ମେଣ୍ଟ ଗଠନ ଦିଗରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ଗତ କିଛି ଦିନ ପୂର୍ବ? ମମତା ବାନାର୍ଜୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଥିଲା ।

ତେବେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖୁଥିବା ନବୀନ ନୀତିଶଙ୍କ ଏହି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କାରଣ ଏହି ତୃତୀୟ ସାମ୍ମୁଖ୍ୟରେ କଂଗ୍ରେସ ମଧ୍ୟ ରହିଛି । ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିକଟରେ ଭେଟିଛନ୍ତି । ଏଭଳିସ୍ଥଳେ ତୃତୀୟ ସାମ୍ମୁଖ୍ୟରେ ବିଜେଡିର ଯୋଗଦାନ ସମ୍ଭାବନା ଯଥେଷ୍ଟ କମଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.