ଘୋଷଣା ହେଲେ ବିହାର ନିର୍ବାଚନ ତାରିଖ

0

ଓଡ଼ିଆ ନ୍ୟୁଜ୍: ବାଜିଲା ନିବାର୍ଚନ ବିଗୁଲ। ବିହାର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ ଘୋଷଣା। ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ ଉକ୍ତ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନଭେମ୍ବର ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ୧୪ରେ ଭୋଟ୍‌ ଗଣତି ହେବ ବୋଲି ନିର୍ବାଚନ କମିଶନର ଘୋଷଣା କରିଛନ୍ତି।

ଉକ୍ତ ନିର୍ବାଚନରେ ମୋଟ୍‌ ୭ କୋଟି ୪୨ ଲକ୍ଷ ଭୋଟର ମତଦାନ କରିବାକୁ ଥିବାବେଳେ ୯୦୭୧୨ ପୋଲିଂ ବୁଥ୍‌ ରହିଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର।

Leave A Reply

Your email address will not be published.