ନୀତୀଶ ଜେଡିୟୁ ବିଧାୟକ ଦଳ ନେତା

0

ଓଡ଼ିଆ ନ୍ୟୁଜ୍: ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନୀତୀଶ କୁମାର। ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ। କାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତୀଶ କୁମାର।ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ। ଆସନ୍ତାକାଲି ବିହାର ଦେଖିବ ନୂଆ ସରକାର । ଆଉ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଆଉ ଏହା ପୂର୍ବରୁ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ନେତା ବାଛିଛନ୍ତି ଏନଡିଏର ସମସ୍ତ ବିଧାୟକ ।

ଆଜି ଏନଡିଏ ବିଧାୟକ ଦଳ ନେତା ବାଛିବାକୁ ନେଇ ବୈଠକ ବସିଥିଲା । ଏହି ବୈଠକରେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ନୀତୀଶଙ୍କ ନାଁକୁ ପ୍ରସ୍ତାବ ରଖିଥିଲେ । ଯାହାପରେ ସମସ୍ତ ଏନଡିଏ ବିଧାୟକ ନୀତୀଶଙ୍କ ନାଁରେ ହିଁ ହଁ ଭରିଥିଲେ । ଆଉ ନୀତୀଶ କୁମାର ବିଧିବଦ୍ଧ ଭାବେ ଏନଡିଏରେ ନେତା ନିର୍ବାଚିତ ହୋଇଥିଲେ ।

କିଛି ସମୟରେ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଜଣାଇବେ । ଆଉ ତା ପରେ ଆସନ୍ତାକାଲି ବିହାରର ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ତେବେ ଆଜିର ଏହି ବୈଠକରେ ଏଲଜେପି ନେତା ଚିରାଗ ପାସଓ୍ୱାନ୍ ମଧ୍ୟ ଉପସ୍ଥିତ ଥିଲେ ଆଉ ସେ ଏହି ବୈଠକରେ କହିଛନ୍ତି ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ହେବ ।

Leave A Reply

Your email address will not be published.