ବିଶ୍ବାସଘାତକ କିଏ ଲୋକେ କହିବେ: ବିଜୟ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍: ପୁଅ ଅରବିନ୍ଦଙ୍କ ନିଲମ୍ବନ ନେଇ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। କାହିଁକି ପୁଅକୁ ନିଲମ୍ବନ କରାଗଲା ମୁଁ ଆଦୌ ଜାଣିନି।ବିଶ୍ବାସଘାତକ କିଏ ଲୋକେ ବିଚାର କରିବେ- ବିଜୟ ମହାପାତ୍ର।ଏହା ପଛରେ ଷଡ଼ଯନ୍ତ୍ର ଥାଇପାରେ କହିଲେ ବିଜୟ। ଅପେକ୍ଷା କର, ଆଗକୁ କ’ଣ ଘଟୁଛି ଦେଖ। ବାପା କିଛି ଭୁଲ କରିନାହାନ୍ତି ତେଣୁ ପୁଅ ଉପରେ କାହିଁକି ଆକ୍ସନ ନିଆଗଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ପୁଅକୁ ଦଳକୁ ବିଦା କରିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କେଉଁ ଆଧାରରେ ଏମିତି ପଦକ୍ଷେପ ନିଆଗଲା ତାହା କହିବା କଷ୍ଟକର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ନିଲମ୍ବନ ଆଦେଶ ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମେଳିକୁ ଯାଇନାହିଁ। ସବୁବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀ ଭିତରେ ରହିଛନ୍ତି। କେଉଁ ଭୋଜିଭାତକୁ ବି ଯାଇନାହାନ୍ତି। କେଉଁଠାରେ ବି ଦଳର ହୁଇପ୍‌ ଦିଆଯାଇଛି ଯାହା ସେ ମାନିନାହାନ୍ତି ସେମିତି ମଧ୍ୟ କିଛି ନାହିଁ। ସେପରି କିଛି ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି। ସେ ଆଗ କାହିଁକି ଦଳରୁ ନିଲମ୍ବନ ହୋଇଛନ୍ତି ସେକଥା ଜାଣିବା ପରେ ଯାହା କହିବେ ବୋଲି ଅରବିନ୍ଦ କହିଛନ୍ତି।

Leave A Reply

Your email address will not be published.