ନକଲି ଚାବିରେ ଥାନାରୁ ବାଇକ୍ ଚୋରି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାତ୍ରପଡ଼ାସ୍ଥିତ ଟ୍ରାଫିକ ଥାନା-୨ରୁ ନିଜ ଜବତ ମୋଟରସାଇକଲ ଚୋରି ଅଭିଯୋଗରେ ରବିବାର ଭରତପୁର ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଜୟଦେବ ବିହାର ଏଚ୍‌ଆଇଜି-୪୬ରେ ରହୁଥିବା ଗଞ୍ଜାମ ଜିଲା ବିଦ୍ୟାନାଥପୁର ଥାନା ଅଶୋକ ନଗର ଲେନ୍‌ ୩ର ଓମକାର ମହାନ୍ତି। ବାଇକକୁ ଜବତ କରି ପୋଲିସ ପିଆର ଧରାଇଥିଲା।

ତେବେ ପିଆର ନମ୍ବର ନେବାକୁ ଆସି ଟ୍ରାଫିକ ଥାନା-୨ ପରିସରରୁ ନକଲି ଚାବି ସାହାଯ୍ୟରେ ବାଇକ ଚୋରାଇ ନେଇଥିଲା। ଏହି ଅଭିଯୋଗରେ ଭରତପୁର ଥାନା ପୋଲିସ ଉକ୍ତ ବାଇକକୁ ଜବତ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ତେବେ ସୂଚନା ମୁତାବକ,  ଶନିବାର ରାତିରେ ନିଶାପାନ କରି ଦ୍ରୁତ ଗତିରେ ଆସୁଥିବାବେଳେ ଟ୍ରାଫିକ ଥାନା-୨ର କର୍ମଚାରୀମାନେ କେୟାର ହସ୍ପିଟାଲ ଛକ ନିକଟରେ ଓମକାରଙ୍କୁ ଅଟକାଇ ବାଇକ ଜବତ କରିଥିଲେ।

ରବିବାର ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କୁ ଧରି ଟ୍ରାଫିକ ଥାନାକୁ ପିଆର୍‌ ନମ୍ବର ପାଇଁ ଯାଇଥିଲେ। ସେହି ସମୟରେ ସାଙ୍ଗରେ ଆଣିଥିବା ଏକ ଡୁପ୍ଳିକେଟ ଚାବି ସହାୟତାରେ ନିଜ ମୋଟରସାଇକଲକୁ ଥାନା ପରିସରରୁ ଚୋରି କରି ନେଇଥିଲା। ଟ୍ରାଫିକ ଥାନାର ଅଭିଯୋଗ କ୍ରମେ ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ମୋଟରସାଇକଲକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଥିଲେ।

Leave A Reply

Your email address will not be published.