୨୨ରେ ଇଡି ଅଫିସ ଘେରିବ କଂଗ୍ରେସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ ଓ ‘ସିବିଆଇ’ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି କେନ୍ଦ୍ରର ବିଜେପି ସରକାର । ଏହି ଅଭିଯୋଗ ସହ କଂଗ୍ରେସ ସାରା ଦେଶରେ 22 ତାରିଖରେ ଇଡି କାର୍ଯ୍ୟାଳୟ ଘେରାଉ ଡାକରା ଦେଇଛି । ଓଡିଶା କଂଗ୍ରେସ ମଧ୍ୟ ଭୁବନେଶ୍ବର ସ୍ଥିତ ‘ଇଡି’ କାର୍ଯ୍ୟାଳୟ ଘେରିବ । ଏଥିପାଇଁ କାଲି କଂଗ୍ରେସ ଭବନରେ ଆୟୋଜିତ ବୈଠକରେ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରବିବାର କଂଗ୍ରେସ ଭବନରେ କାର୍ଯ୍ୟକ୍ରମର ସଂଯୋଜକ ତଥା ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସମସ୍ତ ଜିଲା କଂଗ୍ରେସ କମିଟି ସଭାପତି ଓ ପିସିସିର ସମସ୍ତ ଛାମୁଆ ସଙ୍ଗଠନ ଏବଂ ଅନ୍ୟାନ ସାମ୍ମୁଖ୍ୟ ପୂର୍ବତନ କର୍ମକର୍ତ୍ତାଙ୍କୁ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପରେ ଶ୍ରୀ ମୋକିମ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେଉଁପରି ଭାବେ ଲଢ଼େଇ ଜାରି ରଖିଛନ୍ତି ସେହି ଲଢ଼େଇକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ଜିଲାରୁ ନେତୃବୃନ୍ଦ, କର୍ମକର୍ତ୍ତା ଯୋଗଦେବେ।

ଓଡ଼ିଶାରେ ମଧ୍ୟ୍ୟ କଂଗ୍ରେସ ‘ଇଡି’ ଅଫିସ ସମୁଖରେ ବିରୋଧ ପଦର୍ଶନ କରିବ । ପୂର୍ବାହ୍ନ 11ଟାରୁ ଏହି ଆନ୍ଦୋଳନ ଆରମ୍ଭ ହେବ । ଦେଶରେ କେନ୍ଦ୍ର ସରକାର ଯେଉଁଭଳି ଭାବରେ Ed ଏବଂ CBI ବ୍ୟବହାର କରୁଛି, ତାହା ଅନୁଚିତ । ଏହାକୁ ବିରୋଧ କରି ଆମେ ED ଅଫିସ ସମୁଖରେ ବିକ୍ଷୋଭ କରିବୁ । ଓଡ଼ିଶାରେ ବିଜେପି ସରକାର ଚାଲିଛି । କିନ୍ତୁ ସରକାର ଯେଉଁଭଳି ଚାଲିବା କଥା ତାହା ଚାଲୁନାହିଁ । ବିଜେଡି ମଧ୍ୟ୍ୟ ବିରୋଧୀ ଦଳ ଭୂମିକା ଠିକ୍‌ ଭାବରେ ନେଇପାରୁନାହିଁ । ରାଜ୍ୟବାସୀଙ୍କ ହିତ ପାଇଁ ସର୍ବଦା କଂଗ୍ରେସ ଦଳ ଲଢେଇ ଜାରି ରଖିବ ।”

Comments are closed.