ଏଟିଏମ କାର୍ଡ ପାଇଁ କିନ୍ନର ସହ ମିଶି ବାପାକୁ ହତ୍ୟା କରିଥିଲା ପୁଅ- ଏସଡିପିଓ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିଶାଗ୍ରସ୍ତ ବେକାର ପୁଅକୁ ଘାରିଲା ବାପାର ପେନସନ୍‌ ଟଙ୍କା । ବ୍ରହ୍ମପୁରରେ କିନ୍ନର ମିଶି ବାପାକୁ ପୁଅ ହତ୍ୟା କରିବା ଘଟଣାର ଖୋଲାସା କରିଛନ୍ତି ଏସଡ଼ିପିଓ। ଏଟିଏମ କାର୍ଡ ପାଇଁ ପୁଅ ବାପାଙ୍କୁ ହତ୍ୟା କରିଥିବା ଏସଡିପିଓ କହିଛନ୍ତି। ଏଟିଏମ କାର୍ଡ ପୁଅ ବାପାକୁ ମାଗିବାରୁ ବାପା କିନ୍ତୁ କାର୍ଡ ଦେଇନଥିଲେ। କାର୍ଡ ନଦେବାରୁ ବାପା ମୁଣ୍ଡକୁ କାନ୍ଥରେ ପିଟିପିଟି ଗୁରୁତର କରିଥିଲା ପୁଅ। ଗୁରୁତବ ଅବସ୍ଥାରେ ବାପାକୁ ୧୬ତାରିଖ ଦିନ ମେଡିକାଲରେ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ମୁତବକ,  ମୃତକ ହେଲେ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣି ୭୪ ବର୍ଷୀୟ ଗରୀବବନ୍ଧୁ ପଣ୍ଡା । ଗରୀବବନ୍ଧୁଙ୍କ ହତ୍ୟା ଘଟଣାରେ ପୁଲିସ୍‌ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଓ ତାଙ୍କ କିନ୍ନର ପ୍ରେମିକା ଶ୍ରୀୟାଙ୍କୁ ବାନ୍ଧିଛି।ଗରୀବବନ୍ଧୁ ଅଯୋଧ୍ୟା ନଗର ତୃତୀୟ ଲାଇନ୍‌ରେ ନିଜ ଘରେ ରହୁଥିଲେ। ଗରୀବବନ୍ଧୁଙ୍କ ପତ୍ନୀଙ୍କର ବହୁ ବର୍ଷ ପୂର୍ବେ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ଝିଅ ଆମେରିକାରେ ରୁହେ। ଗୋଟିଏ ବୋଲି ପୁଅ ସନ୍ଦୀପ ପଣ୍ଡା ଡିପ୍ଲୋମା ପଢ଼ି ମୁମ୍ବାଇରେ ଚାକିରି କରୁଥିଲା। ଗରୀବବନ୍ଧୁ ୨୯ ହଜାର ଟଙ୍କା ପେନସନ୍‌ ପାଉଥିଲେ। ଏହାକୁ ତାଙ୍କ ପୁଅ ସନ୍ଦୀପ ଓ ତାଙ୍କ ବାନ୍ଧବୀ ଶ୍ରୀୟା ହଡ଼ପ କରିବାକୁ ଚାହୁଁଥିଲେ। ଉଭୟ କିଛି କରୁ ନ ଥିବା ବେଳେ ସବୁବେଳେ ନିଶାସକ୍ତ ରହୁଥିଲେ।

ତେଣୁ ସେମାନେ ଗରିବବନ୍ଧୁଙ୍କ ATM କାର୍ଡ ହଡ଼ପ କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ଗରୀବବନ୍ଧୁ ଏହାକୁ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲେ। ଗରିବବନ୍ଧୁଙ୍କୁ ତାଙ୍କ ନିଜ ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ ଘରେ ରହୁଥିବା କିନ୍ନର ଶ୍ରୀୟା ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ହତ୍ୟା କରିବା ପରେ ଉଭୟେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସମସ୍ତ ଯୋଜନା କରିଥିଲେ; ହେଲେ ସେମାନଙ୍କ ଯୋଜନା ପଣ୍ଡ ହେବା ସହ ପୁଲିସ ହାତରେ ଧରାପଡିଥିଲେ। ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।

Leave A Reply

Your email address will not be published.