ଲାଞ୍ଚ ନଦେଲେ ବିଲ୍ ପାସ୍ ହୁଏ ନାହିଁ

0

ଓଡ଼ିଆ ନ୍ୟୁଜ,ମୟୂରଭଞ୍ଜ :  ଜାମଦା ପଞ୍ଚାୟତର ଲାଞ୍ଚୁଆ PEO ଛଅ ଶତକଡାରୁ କମ୍ PC ନଦେଲେ କାହାକୁ କାମ ବିଲ୍ ପାସ୍ କରନ୍ତି ନାହି ।  ବର୍ତମାନ ପ୍ରାୟ ବହୁ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ଅନେକ ପଦାଧିକାରୀ ଲାଞ ନଦେଲେ କାମ କରୁନାହାନ୍ତି।କାମ ଯାହା ହେଉନା କାହିଁକି କେବଳ ଅଫିସରଙ୍କୁ PC ଦରକାର। ଏମିତି ଏକ ପଞ୍ଚାୟତ ଅଧିକାରୀ ଠିକାଦାରଙ୍କ ପାଖରୁ ଖୁଲମଖୁଲା ଲାଞ୍ଜ ମାଗୁଥିବାର ଓଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ହେଉଛି ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଜାମଦା ବ୍ଲକ ଜାମଦା ପଞ୍ଚାୟତର ବୋଲି ଜଣାପଡିଛି। ଭାଇରାଲ ହୋଇଥିବା ଓଡ଼ିଓ ଏହି ଜାମଦା ପଞ୍ଚାୟତରେ ଦିର୍ଘ ଦିନରୁ PEO ଭାବରେ କାର୍ଯ୍ୟରତ ଥିବା ନିତ୍ୟାନନ୍ଦ ବେହେରାଙ୍କ ବୋଲି ଜଣାପଡିଛି। ନିତ୍ୟାନନ୍ଦ ବେହେରା ପଞ୍ଚାୟତ ଅଧୀନରେ ଯେତେ କାମ ହେଉଛି ତାହାର ସେ ଛଅ ଶତକଡା ନିଅନ୍ତି ବୋଲି ସେ ଜଣେ ଠିକାଦାରଙ୍କୁ କହୁଛନ୍ତି। ସେ ଛଅ ଶତକଡା ଦିର୍ଘଦିନରୁ ନିଅନ୍ତି ଓ ନେଉଛନ୍ତି ବୋଲି କହିଛନ୍ତି। ଏହି ବିଷୟରେ ଠିକାଦାର ବିଡିଓ ସାରଙ୍କୁ ଅବଗତ କରାଇ ନିଜର ଦୁଃଖ। ଜଣାଇଛନ୍ତି ।PEO ବାବୁ ବହୁ ଦିନରୁ ଏହି ଭଳି ଅତ୍ୟଧିକ ଭାବରେ PC ନେଉଥିବାରୁ କୌଣସି କାର୍ଯ ଭଲହୋଇପାରୁନାହିଁ ।

ପ୍ରତ୍ୟେକ କାର୍ଯ୍ୟ ରେ ପଇସା ଫେକ୍ ତାମସା ଦେଖ ବାବୁ ଇନ୍ଦ୍ରିରା ଆବାସ ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ରାସ୍ତା କାମ ରୁ ଅତ୍ୟଧିକ ମାତ୍ରରେ ପିସି ନେଉଥିବାରୁ ବାବୁ ମାଲାମାଲ ହେଉଥିବାରୁ ସୂଚନା ମିଳିଛି। ଏଣୁ ପଞ୍ଚାୟତରେ ନିମ୍ନମାନର କାର୍ଯ୍ୟ ହୋଉଥିବାର ଦେଖିବାକୁ ମିଳିଛି। ଏଣୁ ପଞ୍ଚାୟତର ଗ୍ରାମବାସୀ ବିଡ଼ିଓ ମହୋଦୟ ଜିଲ୍ଲାପାଳ , 5t ସଚିବ,ଓ ରାଜ୍ୟସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। କି ଯେ ଏହି ପରି ଲାଞ୍ଚୁଆ ଦୁର୍ନିତୀ ଖର PEO ଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଜାମଦା ଗ୍ରାମବାସୀ ଉପକୃତ ହେବେ ବୋଲି ଜନସାଧାରଣରେ ଦାବି ଜଣାଇଛନ୍ତି। PEO ବାବୁଙ୍କୁ ଓଡିଓ ଭାଇରାଲ ହୋବାରେ ଲାଗିଛି ।

Leave A Reply

Your email address will not be published.