ଗୁପଚୁପ୍ ରେ ମାଦୁର୍ଗା

0

ଓଡ଼ିଆ ନ୍ୟୁଜ,କୋଲକାତା: ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଦୁର୍ଗାପୂଜାକୁ ନେଇ ଚଳଚଂଚଳ ହୋଇ ଉଠିଛି କୋଲକାତା । ବିଭିନ୍ନ ମଣ୍ଡପରେ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା । ସହରର ସ୍ଥାନ ସ୍ଥାନରେ ସଜେଇ ହୋଇଛି ତୋରଣ । ସବୁଠାରୁ ସୁନ୍ଦର ଓ ଭିନ୍ନ କରିବାକୁ ଲାଗି ପଡିଛନ୍ତି ଶିଳ୍ପୀ ମାନେ । ଏବଂ ମଣ୍ଡପ ଗୁଡିକ ଲୋକଙ୍କୁ ଆକୃଷ୍ଠ କରୁଛି । ଏବେ ଚର୍ଚ୍ଚାକୁ ଆସିଛି କୋଲକାତାର ଏକ ନିଆରା ପେଣ୍ଡାଲ୍ ଯାହା ଦର୍ଶକଙ୍କ ମନମୋହୁଛି ଯା ପେଣ୍ଡାଲର ଚାରିପଟେ ରହିଛି ଖାଲି ଗୁପଚୁପ ।

ଏମିତିକି ମା ଦୁର୍ଗାଙ୍କ ମୃର୍ତି ମଧ୍ୟ ଗୁପଚୁପ ଭିତରେ ସ୍ଥାପନ ହୋଇଛି । ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପେଣ୍ଡାଲରେ ସ୍ୱତନ୍ତ୍ର ଭାବେ ସଜାଯାଇଛି କୋଲକାତାର ପ୍ରସିଦ୍ଧ ଫୁଚକା ବା ଗୁପଚୁପ୍ । କୋଲକାତାର ବେହାଲରେ ଏହି ପେଣ୍ଡାଲ ସଜା ଯାଇଛି । ବେହାଲର ନୋଟୁନ୍ ଦଳ କ୍ଲବ ଦ୍ୱାରା ଏହି ପେଣ୍ଡାଲର ଆୟୋଜନ କରାଯାଇଛି । ଆଉ ଏହି ଥିମ୍ ଲୋକଙ୍କର ବେଶ୍ ଧ୍ୟାନ ଆକର୍ଷଣ କରିଛି । ଏହି ପେଣ୍ଡାଲର ପ୍ରତି କୋଣ ପୁଚକାରେ ସଜାଯାଇଛି । ଆପଣ ଦେଖି ଭାବୁଥିବେ ଏଗୁଡିକ ଅନ୍ୟ କୌଣସି ଥିରେ ତିଆରି ହୋଇଥିବ । କିନ୍ତୁ ଏଗୁଡିକ ପ୍ରକୃତ ଗୁପଚୁପ । ଏହି ଭିଡିଓରେ ଆଉ ଏକ ଦୃଶ୍ୟ ଦେଖି ଆପଣ ଆଶ୍ଟର୍ଯ୍ୟ ହେବେ ।

ଖାସ୍ କଥା ହେଉଛି ମାଙ୍କୁ ଏକ ବଡ ଗୁପଚୁପ ଉପରେ ସ୍ଥାପନ କରାଯାଇଛି । ତେବେ ଷ୍ଟ୍ରିଟ୍ ଫୁଡରେ ଗୁପଚୁପ ଅନେକ ଲୋକପ୍ରିୟ । ତେଣୁ ଲୋକମାନେ ଏହି ପେଣ୍ଡାଲକୁ ଅନେକ ପ୍ରଶଂସା କରିଛନ୍ତି । କୋଲକାତାର ଦୁର୍ଗା ପୂଜା ପେଣ୍ଡାଲ୍ ଗୁଡିକ ସେମାନଙ୍କର କଳା ଏବଂ ସାଂସ୍କୃତିକ ମହତ୍ୱ ପାଇଁ ପାଳନ କରାଯାଏ ।

Leave A Reply

Your email address will not be published.