ବିରୂପା ନଦୀରୁ ମିଳିଲା ମୃତଦେହ

0

ଓଡ଼ିଆ ନ୍ୟୁଜ୍:ନିଖୋଜ ଉଦିତ ସାହୁଙ୍କ ମୃତଦେହ ଉଦ୍ଧାର।ବିରୂପା ନଦୀରୁ ମିଳିଲା ମୃତଦେହ।ଅଗ୍ନିଶମ ଟିମ୍‌ ଦ୍ବାରା ମୃତଦେହ ଉଦ୍ଧାର।କାଲି ବିରୂପା ନଦୀକୁ ଖସିପଡ଼ିଥିଲା କାର।ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍‌ ପଣ୍ଡାସାହି ତୁଠରେ ଏକ ଅଭାବନୀୟ ଘଟଣା ଘଟିଥିଲା। ୫ଜଣ ସାଙ୍ଗ କାର୍‌ରେ ଭୁବନେଶ୍ୱରରୁ କଟକ ଆସିଥିବା ବେଳେ ବିରୂପା ନଦୀରେ କାର୍ ପଶିଯିବାରୁ ଜଣେ ନିଖୋଜ ହୋଇଯାଇଥିଲେ। ନିଖୋଜ ଜଣକ ହେଉଛନ୍ତି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ(୨୨)।

ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ବିଳମ୍ବିତ ରାତିରେ କାର୍‌ଟିକୁ ନଈ ଭିତରୁ ଉଦ୍ଧାର କରାଯାଇଥିବା ବେଳେ କାର୍‌ ଭିତରେ ଉଦିତ ନଥିବା ଜଣାପଡ଼ିଛି। ଆଜି ପୁଣି ବିରୂପାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭର୍‌ ସାମିଲ ଥିଲେ।

Leave A Reply

Your email address will not be published.