୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା BJD

0

 ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ଜିଲ୍ଲା ସ୍ତରରେ ସାଂଗଠନିକ ସ୍ଥିତି ସୁଦୃଢ଼ କରୁଛି ବିଜେଡି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ଦଳ । ଏମାନଙ୍କ ଭିତରେ ଅଛନ୍ତି ୨୦ ଜଣ ମନ୍ତ୍ରୀ ଓ ବିଧାୟକ । ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ ପ୍ରଣବ ପ୍ରକାଶ ଦାସ । ସେହିପରି ଅତନୁ ସବ୍ୟସାଚୀ ନାୟକ ଓ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏ ଜିଲ୍ଲା ପର୍ଯ୍ୟବେକ୍ଷପ ଭାବରେ ନିଯୁକ୍ତି ମିଳିଛି । ଅତନୁ ଗଜପତି ଓ ରାୟଗଡ଼ା ଏବଂ ଦିବ୍ୟଶଙ୍କର ମିଶ୍ର କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ରହିବେ । ପ୍ରତାପ ଦେବଙ୍କୁ ବାଲେଶ୍ୱର, ସୁଧୀର ସାମଲଙ୍କୁ ବରଗଡ଼, ପ୍ରତାପ ଜେନା ଭଦ୍ରକ, ସୁଶାନ୍ତ ସିଂ ବଲାଙ୍ଗିର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ।

ସେହିପରି ପ୍ରଫୁଲ୍ଲ ମଲ୍ଲିକ କଟକ, ଅରୁଣ ସାହୁ ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରମିଳା ମଲ୍ଲିକ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦେଇଛି ବିଜେଡି । ପୁରୀ ଦାୟିତ୍ୱରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମ ପ୍ରଦୀପ ଅମାତ, ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭବାରେ ପ୍ରୀତିରଞ୍ଜନ ଘ଼ଡାଇଙ୍କୁ ଦାୟିତ୍ୱ ମିଳିଛି । ଅଶୋକ ପଣ୍ଡାଙ୍କୁ ଯାଜପୁର, ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା, ପ୍ରଣବ ବଳବନ୍ତରାୟ କଳାହାଣ୍ଡି, ସାରଦା ନାୟକ ଝାରସୁଗୁଡ଼ା, ପ୍ରଶାନ୍ତ ମୁଦୁଲି ମୟୂରଭଞ୍ଜ, ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ମିଳିଛି । ତାଲିକାରୁ ମନ୍ତ୍ରୀ ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୂଜାରୀ ଓ ନଳିନୀ ପ୍ରଧାନ ବାଦ ପଡିଛନ୍ତି ।

ନଜର ପକାନ୍ତୁ କିଏ କେଉଁ ଜିଲ୍ଲାର ହେଲେ ପର୍ଯ୍ୟବେକ୍ଷକ

ଅନୁଗୁଳ- ପ୍ରଣବ ପ୍ରକାଶ ଦାସ

ବାଲେଶ୍ୱର- ପ୍ରତାପ କେଶରୀ ଦେବ

ବରଗଡ଼ – ସୁଧିର କୁମାର ସାମଲ

ଭଦ୍ରକ-  ପ୍ରତାପ ଜେନା

ବଲାଙ୍ଗୀର- ସୁଶାନ୍ତ ସିଂହ

ଦେବଗଡ଼- ଅମରେଶ ଜେନା

କଟକ- ପ୍ରଫୁଳ ମଲ୍ଲୀକ

ଢେଙ୍କାନଳ- ପ୍ରଣବ ପ୍ରକାଶ ଦାସ

ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ

ଜଗତସିଂହପୁର- ଅରୁଣ କୁମାର ସାହୁ

କନ୍ଧମାଳ- ବିଜୟ ନାୟକ

କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଳିକ

କେନ୍ଦୁଝର-  ପ୍ରଣବ ପ୍ରକାଶ ଦାସ

ଖୋର୍ଦ୍ଧା-  ରବୀନ୍ଦ୍ର କୁମାର ଜେନା

କୋରାପୁଟ ଓ ମାଲକାନଗିରି -ଦିବ୍ୟଶଙ୍କର ମିଶ୍ର

ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ

ନୟାଗଡ଼-ପଦ୍ମନାଭ ବେହେରା

ନୂଆପଡ଼ା- ସ୍ନେହାଙ୍ଗୀନି ଛୁରିଆ

ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସମ୍ୱଲପୁର- ପ୍ରଣବ ପ୍ରକାଶ ଦାସ

ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

କଳାହାଣ୍ଡି – ପ୍ରଣବ ବଳବନ୍ତ ରାୟ

ଗଞ୍ଜାମ- ପ୍ରଦୀପ କୁମାର ଅମାତ

ବୌଦ୍ଧ- ସୌଭାଗ୍ୟ ନାୟକ

ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା

ଝାରସୁଗୁଡ଼ା-  ସାରଦା ପ୍ରସାଦ ନାୟକ

ମୟୂରଭଞ୍ଜ – ପ୍ରଶାନ୍ତ ମୁଦୁଲି

ସୁବର୍ଣ୍ଣପୁର- ଦେବଶ ଆଚାର୍ଯ୍ଯ

Leave A Reply

Your email address will not be published.