ମିଛ ବ୍ଳକ୍‌ କର୍ମଚାରୀ କହି ଠକିନେଲେ ଲକ୍ଷାଧିକ ଟଙ୍କା, ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଠଗଡ଼, ମିଛ ବ୍ଳକ୍‌ କର୍ମଚାରୀ ପରିଚୟ ଦେଇ ଗରୀବ ଖଟିଖିଆ ଆଦିବାସି ସଂପ୍ରଦାୟର ଲୋକ ମାନଙ୍କ ଲକ୍ଷାଧିକ ଟଙ୍କା ହଡ଼ପ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ବ୍ଳକ୍‌ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଂଚାୟତରେ । ଗୋବରା ପଂଚାୟତ ଅଧୀନ ଖାକ୍ସା,ଓରୀଙ୍ଗାବାଡ଼ି, ଡବାଗାଡିଆ ଆଦି ଆଦିବାସି ସାହିରେ ନିଜକୁ ଆଠଗଡ଼ ବ୍ଲକ୍‌ କର୍ମଚାରୀ କହି ଟଙ୍କା ହଡ଼ପ କରିଥିବା ଜଣା ପଡ଼ିଛି । ବିଭିନ୍ନ ପ୍ରଲୋଭନ ଦେଖାଇ ବା ସହିତ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା କହି ଏଭଳି ହଡ଼ପ କରିଛି ଜଣେ ଠକ ବ୍ଯକ୍ତି ।ଗୁରୁଡ଼ିଝାଟିଆ ଗ୍ରାମ୍ଯ ବ୍ଯାଙ୍କ ରୁ ଏଭଳି ଚଞ୍ଚକତା କରାଯାଇଛି । ଆଦିବାସି ସଂପ୍ରଦାୟର ଲୋକମାନଙ୍କୁ ମିଠା ମିଠା କଥା କହି ସେମାନଙ୍କ ଠାରୁ ବ୍ଯାଙ୍କ୍‌ ପାସ୍‌ ବୁକ୍‌, ଆଧାର କାଡ଼, ପାସ୍‌ ପୋର୍ଟ ଫୋଟ ଓ ଫିଙ୍ଗର୍‌ ପ୍ରିଣ୍ଟ ନେଇ ଏଭଳି ଚଞ୍ଚକତା କରାଯାଇଛି।

କାହାର ଦଶ ହଜାର, କାହାର କୋଡ଼ିଏ ହଜାର ଆଉ କାହାର ଚାଳିଶ ହଜାର ଟଙ୍କା ଅତି ଚଞ୍ଚକତାର ସହିତ ହଡ଼ପ କରାଯାଇଛି । ଏଭଳି ପାଖାପାଖି କୋଡ଼ିଏ ରୁ ଉର୍ଦ୍ଧ୍ଵ ଲୋକ ମାନଙ୍କୁ ଠକି ଥିବା ଜଣା ପଡ଼ିଛି। ସେମାନଙ୍କ ଖାତାରୁ ଟଙ୍କା ଉଠାଣ ନେଇ ଖବର ପାଇବା ପରେ ପ୍ରଥମେ ସେମାନେ ଗୁରୁଡ଼ିଝାଟିଆ ଗ୍ରାମ୍ଯ ବ୍ଯାଙ୍କ ସହିତ ଯୋଗାଯୋଗ କରିଥିଲେ । ଏନେଇ କିଛି ଜାଣି ନଥିବା କହିଥିଲେ ବ୍ଯାଙ୍କ୍‌ କର୍ମଚାରୀ। ତୁରନ୍ତ ଏନେଇ ଗୁରୁଡ଼ିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିବାକୁ ବ୍ଯାଙ୍କ୍‌ କର୍ମଚାରୀ ଏହି ଆଦିବାସି ଲୋକଙ୍କୁ କହିଥିଲେ । ଅଭିଯୋଗ ପରେ ଏବେ ପୋଲିସ୍‌ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ଯ ପକ୍ଷରେ ଏନେଇ ଆମେ ଗ୍ରାମ୍ଯ ବ୍ଯାଙ୍କ ବ୍ରାଞ୍ଚ୍‌ ମାନେଜରଙ୍କ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ଏନେଇ ସେ କୌଣସି ପ୍ରତିକ୍ରୀୟା ଦେବା ପାଇଁ ମନା କରିଦେଇଥିଲେ ।

Leave A Reply

Your email address will not be published.