ନିର୍ବାଚନ ପାଖେଇ ଆସୁଥିବାରୁ ରକ୍ତମୁଖା ହେଉଛି ବିଜେପି, ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବିଜେଡି

0

ଭୁବନେଶ୍ବର(କେନ୍ୟୁଜ୍): ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଆଜି ପୁଣି ଫେରାଦ ହେଲା ଶାସକ ବିଜେଡି । ମୁଖପାତ୍ର ଲେଲିନ ମହାନ୍ତିଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ଅଭିଯୋଗ  ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ଦଳ ଅଭିଯୋଗ କରିଛି ଯେ ଯେତେ ଯେତେ ନିର୍ବାଚନ ପାଖେଇ ଆସୁଛି ପରାଜୟ ଭୟରେ ରକ୍ତ ମୁଖା ହେଉଛି ବିଜେପି । ସାରା ଓଡ଼ିଶାରେ ଏଭଳି ସ୍ଥିତି ସାମ୍ନାକୁ ଆସୁଛି ।

ରବିବାର ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ସରଦାପୁର ଗ୍ରାମପଞ୍ଚାୟତର ଶାସକ ଦଳର ପ୍ରାଥିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେପିର ଶୀର୍ଷ ନେତୃତ୍ୱଙ୍କ ନିାର୍ଦ୍ଦଶରେ ସାରା ଓଡ଼ିଶାରେ ଏଭଳି ରକ୍ତ ମୁଖା ହୋଇଛି ଦଳ । ତେଣୁ ଏହି ପ୍ରସଙ୍ଗରେ  ନିର୍ବାଚନ କମିଶନ ତ୍ବରତ ପଦକ୍ଷେପ ନେବାକୁ ଅନୁରୋଧ କରିଛି ବିଜେଡି।

Leave A Reply

Your email address will not be published.