ରାଜ୍ୟ ସରକାରଙ୍କୁ ବବି ଦାସଙ୍କ ଟାର୍ଗେଟ୍‌

0

ଓଡ଼ିଆ ନ୍ୟୁଜ୍: ଘର ସାମ୍ନାରେ ଗୁଳିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ବବି ଦାସଙ୍କ ଟାର୍ଗେଟ୍‌।ଭୁଶୁଡ଼ି ପଡ଼ିଥିବା ଆଇନ ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ବୋଲି ‘ଏକ୍ସ’ରେ ଲେଖିଲେ। ‘ଘର ସାମ୍ନାରେ ଗୁଳି ପରିବାର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇ ଦେଇଛି।ପୋଲିସ ପ୍ରଶାସନ ପ୍ରତି ଭରସା ତୁଟି ସାରିଛି।

ଗତକାଲି ବିଳମ୍ବିତ ରାତିରେ ଯାଜପୁର ଟାଉନ୍‌ ଥାନା ଅଧୀନ କାଲିମେଘା ଅଞ୍ଚଳରେ ଗୁଳିକାଣ୍ଡ ଘଟି କୁଆଁସରପୁରର ସୌମ୍ୟ ରଞ୍ଜନ ସାମଲଙ୍କ ମୃତ୍ୟୁ ଘଟିଛି। ଘଟଣାଟି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଘର ନିକଟରେ ଘଟିଥିଲା। ଏହାକୁ ନେଇ ସମ୍ପ୍ରତି ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ଘଟଣାର ସ୍ପଷ୍ଟୀକରଣ ରଖିଛନ୍ତି ଶ୍ରୀଦାସ। ଗୁଳିକାଣ୍ଡ ପରଠାରୁ ସେ ଓ ତାଙ୍କ ପରିବାର ଭୟରେ ରହୁଛନ୍ତି ବୋଲି କହିଛନ୍ତି।

ପୁଲିସ ପ୍ରଶାସନ ଉପରୁ ଭରସା ତୁଟିସାରିଛି। ଏକ ମୁରବୀହୀନ ସରକାରରେ ସାଧାରଣ ଲୋକ ‌ଯେ କେତେ ଭୟଭୀତ ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ। ଏହି କାଣ୍ଡ ଭିଆଇଥିବା ଅପରାଧୀମାନଙ୍କ ତୁରନ୍ତ ଗିରଫ କରାଯିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍‌ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଧରିନିଆଯିବ।

Leave A Reply

Your email address will not be published.