ବିଜେଡି ବିଧାୟକ ଦଳ ବୈଠକ ଶେଷ

0

ଓଡ଼ିଆ ନ୍ୟୁଜ୍: ନବୀନ ନିବାସରେ ବସିଥିବା ବିଜେଡି ବିଧାୟକ ଦଳ ବୈଠକ ଶେଷ।ରାଜ୍ୟସଭା ନିର୍ବାଚନ ଓ ସାଙ୍ଗଠନିକ ନିର୍ବାଚନ ନେଇ ହେଲା ଆଲୋଚନା।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ।ଯୋଗ ଦେଇ ଆଲୋଚନା କଲେ ବିଜେଡିର ବରିଷ୍ଠ ନେତା ଓ ବିଧାୟକ।

ବୈଠକ ପରେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଆଜି ରାଜ୍ୟସଭା ସିଟ୍ ବାବଦରେ କିଛି ଆଲୋଚନା ହୋଇନାହିଁ । ଏହି ଖବର ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ସବୁ ନିଷ୍ପତି ନବୀନ ପଟ୍ଟନାୟକ ନେବେ । ଆଜି କେବଳ ଦଳକୁ ମଜବୁତ୍ କରିବା ପାଇଁ ବିଭିନ୍ନ ଗଠନମୂଳକ ଆଲୋଚନା କରାଯାଇଛି ବୋଲି ଅରୁଣ ସାହୁ କହିଛନ୍ତି ।

କିଏ ହାତେଇବେ ରାଜ୍ୟସଭା ୪ର୍ଥ ଆସନ । ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହି ପ୍ରଶ୍ନ ଏବେ ସବୁ ରାଜନୈତିକ ଦଳଙ୍କୁ ଘାରିଲାଣି । ଯେହେତୁ ୪ର୍ଥ ସିଟ୍ ପାଇଁ କାହା ପାଖରେ ବି ସଂଖ୍ୟା ନାହିଁ ସେଥିପାଇଁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଭିତରେ ଟଣାଓଟରା ଚାଲିଛି । ଏହାରି ଭିତରେ କଂଗ୍ରେସ ରାଜ୍ୟସଭା ଫର୍ମ କିଣି ଗୁଗୁଲି ଫିଙ୍ଗିଛି ।

Leave A Reply

Your email address will not be published.