ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି।ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ ଅଭିଯୋଗ।ପ୍ରେସମିଟ୍ରେ ସୂଚନା ଦେଲେ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ।ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ୱାର୍ଡମେମ୍ବର ସାମିଲ ହେବେ।
ସାମ୍ବାଦିକ ସମ୍ମିଳନୀରେ ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି। ୧୪ ମାସର ସରକାରରେ ପଂଚାୟତକୁ ୨୮ ସରକୁଳାର ଜାରି ହୋଇଥିବା ଅଭିଯୋଗ। କର୍ମୀଙ୍କୁ ସୁହାଇଲା ଭଳି ସରକାର ଜାରି କରିଛନ୍ତି ସରକୁଳାର। ଯେମିତି କର୍ମୀମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି ସରକାର ବୋଲି ବଡ଼ ଅଭିଯୋଗ ଆଣିଛି ବିଜେଡି।
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗାଁରେ ରହୁଥିବା ଲୋକଙ୍କ ଅଧିକାରକୁ ଚଳିତ ସରକାର ଧ୍ୱସ୍ତ କରୁଛନ୍ତି। ବିଧି ବ୍ୟବସ୍ଥାକୁ ହନନ କରୁଛନ୍ତି। ଲୋକଙ୍କ ସରକାର ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି ସେଥିରେ ଉଚ୍ଚାରଣ ଆଚରଣ ଅଲଗା। ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି। ପିଏମ ଆବାସ ଯୋଜନା ୪୩୧୦ କୋଟିରୁ ୮୨୫ କୋଟି ହୋଇଛି। ୩୭ ଲକ୍ଷ ଘର ସର୍ଭେ କରାଗଲା ଏ ଯାଏ କିଛି କରାଗଲା ନାହିଁ। ଅନ୍ତଦୟ ଆବାସ ଯୋଜନା ଆରମ୍ଭ କଲେ।