ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ।ସଂତୃପ୍ତ ମିଶ୍ର ଓ ଡା ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କଲେ। ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍‌ କହି ସମର୍ଥନ ଲୋଡିଲେ ନବୀନ।ଦତ୍ତେଶ୍ବରଙ୍କୁ ସବୁ ଦଳ ସମର୍ଥନ କରନ୍ତୁ କହିଲେ ନବୀନ।

ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ମାହୋଲ ପୁରା ଗରମ ରହିଛି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ସେନେଇ ଚାଲିଥିଲା ଅଙ୍କକଷା । ଏହିକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତୃତୀୟ ଆସନ ପାଇଁ ବିଜେଡିର ବରିଷ୍ଠ ନେତା ତଥା କଟକ ଲୋକସଭା ଆସନରୁ ସଂସଦ ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ବାଛିଛନ୍ତି । ବାକି ୪ର୍ଥ ସିଟ୍‌ ଲାଗି ଡଃ. ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି । ଏହାସହିତ ସମସ୍ତ ଦଳଙ୍କୁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।

ପ୍ରାର୍ଥୀ ଘୋଷଣା ସମୟରେ ନବୀନ କହିଛନ୍ତି ଯେ, ସଂତୃପ୍ତ ଆମ ଦଳର ପ୍ରାର୍ଥୀ ଏବଂ ଡା ଦତ୍ତେଶ୍ଵର ହୋତା କମନ୍ କ୍ୟାଣ୍ଡିଡେଟ୍। ସଂତୃପ୍ତ ମିଶ୍ର ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ ସଂତୃପ।ସେହିପରି ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି ଡାକ୍ତର ଦତ୍ତେଶ୍ଵର ହୋତା। ସେ ୟୁରୋଲୋଜି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଡାକ୍ତର ଟିମର ମୁଖ୍ୟ ଥିଲେ।

Leave A Reply

Your email address will not be published.