କ୍ରାଇମବ୍ରାଞ୍ଚ ଚାର୍ଜ ସିଟକୁ ନେଇ ବିରୋଧୀ ଙ୍କ ଅଭିଯୋଗ ଉପରେ ଜବାବ ରଖିଲା ବିଜେଡି, ବିଧାୟକ ପ୍ରଫୁଲ ସାମଲ ଏପରି ରଖିଲେ ଉତ୍ତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କ୍ରାଇମବ୍ରାଞ୍ଚ ଚାର୍ଜ ସିଟକୁ ନେଇ ବିରୋଧୀ ଙ୍କ ଅଭିଯୋଗ ଉପରେ ଜବାବ ରଖିଲା ବିଜେଡି । ଦଳର ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ମହାତ୍ମା ଗାନ୍ଧୀ ଙ୍କ ଠୁ ନେଇ କେନେଡ଼ି ଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗୁଳି ହୋଇଛି । ଜଣେ ଯଦି ଜଣଙ୍କୁ ମାରିବାକୁ ଚାହିଁବ ତାର ଦୋଷ କଣ ମୁଖ୍ୟମନ୍ତ୍ରୀ ଓ ସରକାର ଉପରେ ପଡିବ । ଆପଣ କହି ପାରନ୍ତି ଗୁଇନ୍ଦା ଫେଲ କରିଗଲା । ସେଥିପାଇଁ ତ ତଦନ୍ତ ଚାଲିଛି । ହାଇକୋର୍ଟ ଠୁ ନେଇ କ୍ରାଇମବ୍ରାଞ୍ଚ ପର୍ଯ୍ୟନ୍ତ ଯେତେ ଯାହା ହେବା କଥା ସବୁ କିଛି ଚାଲିଛି । ଦୋଷୀ ନିଶ୍ଚିତ ଦଣ୍ଡ ପାଇବ । ଦୋଷୀ କେବେ ବି ଖସି ଯିବାର ନାହିଁ । ନବୀନ ପଟ୍ଟନାୟକ ଏଭଳି ବ୍ୟକ୍ତି ନିଜ ଭାଇ ପୁଅ କି ନିଜ ଦଳର ନେତା ମନ୍ତ୍ରୀ ଙ୍କୁ ବି ଛାଡିବେନି । ଯଦି କୌଣସି ଭ୍ରଷ୍ଟାଚାର ଦୁର୍ନୀତି କି ଆଇନ ବିରୋଧୀ କାର୍ଯ୍ୟ କିଏ କରୁଥିବ ତାକୁ ମୁଖ୍ୟମନ୍ତ୍ରୀ ଛାଡିବେ ନାହିଁ । ତାଙ୍କ ପାଖରେ ସମସ୍ତେ ସମାନ ।

ରାଜୀବ ଗାନ୍ଧୀ ଏଇପରି ଏକ ଦୁଃଖନୀୟ ପରିସ୍ଥିତି ରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ କେସ କଣ ହେଲା କେତେ ଦିନ ପର୍ଯ୍ୟନ୍ତ ଚାଲିଛି । କେସ ଟାକୁ ନେଇ କଣ ନବୀନ ବାବୁ ହାଇକୋର୍ଟରେ ବସି କି କହିବେ କେସ କୁ ଶୀଘ୍ର ସାର ବୋଲି । ଯାହାକୁ ଦାୟିତ୍ୱ ଦିଆଗଲା ତାର ଦାୟିତ୍ୱ ହେଉଛି କିଭଳି ସେ କରିବ । ତା ନ ହେଲେ ପୁଣି ତ ବିରୋଧୀ ମାନେ କହିବେ ଏ ମାନେ ଇଣ୍ଟର ଫେୟାର କଲେ । ନବୀନ ବାବୁ କୌଣସି କାର୍ଯ୍ୟରେ ଇଣ୍ଟର ଫେୟାର କରନ୍ତି ନାହିଁ ଆଇନ ତା ବାଟରେ ଯିବ । ନିଜ ଲୋକ ହେଉ କି ପର ଲୋକ ହେଉ କିମ୍ବା ବାହାର ଲୋକ ହେଉ ଯିଏ ଦୋଷ କରିଛି ସେ ଦଣ୍ଡ ଭୋଗିବ ।

Leave A Reply

Your email address will not be published.