ପୁଣି ନବୀନ କ୍ରେଜ୍ ଆଗରେ ଧରାଶାୟୀ ବିଜେଡ: ଏକପାଖିଆ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଗଣତିରେ ବିଜେଡିର ଜିତାପଟ। ଶେଷ ଗଣତି ସୁଧା ବିଜେଡି ଅନେକ ଜାଗାରେ ଆଗୁଆ ରହିଛି।ଉପକୂଳରୁ ପଶ୍ଚିମ, ଉତ୍ତର ଦକ୍ଷିଣ ସବୁଠି କ୍ଲିନ୍‌ ସ୍ୱିପ୍‌ କରୁଛି ବିଜେଡି।  ଏକପାଖିଆ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି । ଯେଉଁ ହାରରେ ଆଗକୁ ବଢୁଛି, ପଞ୍ଚାୟତ ନିର୍ବାଚନରେ ଦଳକୁ ମିଳିପାରେ ଐତିହାସିକ ସଫଳତା। ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ବିଜେଡି ବହୁ ଆଗରେ । ୨୭୧ଟି ଜୋନ୍‌ରେ ବିଜେଡି ଆଗରେ ଥିବା ବେଳେ ବିଜେପି ୨୧ ଏବଂ କଂଗ୍ରେସ ୧୬ଟି ଜୋନ୍‌ରେ ଲିଡ୍‌ କରୁଛି । ସବୁଠୁ ବଡ଼ କଥା ହେଉଛି ୨୦୧୭ରେ ଯେଉଁ ସ୍ଥାନରେ ବିରୋଧୀଙ୍କ ଦବ୍‌ଦବା ଥିଲା ସେସବୁ ସ୍ଥାନରେ ବିଜେଡିର ଭଲ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଆଜି ପ୍ରଥମ ଦିନରେ ୮୫୩ରୁ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଗଣତି ହେଉଛି । ସେଥିରୁ ବିଜେଡି ପ୍ରାୟ ୮୭ ପ୍ରତିଶତ ଆସନରେ ଆଗରେ ରହିଛି ।

ଗଞ୍ଜାମ ଜିଲ୍ଲାରେ ୬୯ଟି ଜିଲ୍ଲା ପରିଷଦ ଜୋନରୁ ଆଜି ୨୨ଟି ଜୋନରେ ହୋଇଥିଲା ଗଣତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ହିଞ୍ଜିଳିର ୬୬ ନମ୍ବର ଓ ଶେରଗଡ଼ର ୫୬ ନମ୍ବର ଜୋନ୍‌ରେ ଗଣତି ହୋଇଛି। ଆଶା ମୁତାବକ ବିଜେଡିର ଦବଦବା ଜାରି ରହିଛି। ଜିଲ୍ଲାରେ ୨୨ଟି ଜୋନରୁ ବିଜେଡି ୨୧ଟିରେ ସଫଳତା ପାଇଛି।…

 ସରକାରରେ ଥିବା ହେଭିୱେଟ୍‌ ମନ୍ତ୍ରୀ ନିଜ ନିଜ ଅଂଚଳରେ ସଫଳ ହୋଇଥିବା ନଜରକୁ ଆସିଛି। ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ୍‌ କରିଥିଲେ। କିନ୍ତୁ କଳାହାଣ୍ଡି ଜିଲ୍ଲା ସହ ଜୁନାଗଡ଼ରେ ବି ମନ୍ତ୍ରୀଙ୍କୁ ମିଳିଛି ସଫଳତା। ସେହପରି ଆଉ ଜଣେ ମନ୍ତ୍ରୀ, ପ୍ରତାପ ଜେନା ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିବାଦୀୟ ହୋଇ ପଡିଥିଲେ। କିନ୍ତୁ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ବ୍ଲକରେ ମିଳିଥିବା ସଫଳତା, ତାଙ୍କ ପତିଆରାକୁ ଜାହିର କରିଛି।

ଝାରସୁଗୁଡ଼ାରେ କାଟ୍‌ତି ରହିଛି, ଏହାକୁ ପୁଣି ପ୍ରମାଣ କରିଛନ୍ତି ମନ୍ତ୍ରୀ ନବ ଦାସ। ୨୦୧୭ରେ କଂଗ୍ରେସରେ ଥିବାବେଳେ ୮ଜିଲ୍ଲା ପରିଷଦରୁ ଦଳକୁ ମିଳିଥିଲା ୭ ଆସନ। ଏବେ ସେ ବିଜେଡିରେ। ଆଜି ଗଣତି ହୋଇଥିଲା ୫ ଆସନରୁ ସବୁଠାରେ ବିଜେଡି ଆଗରେ ରହିଛି। ମୟୂରଭଂଜରେ ସୁଦାମ ମାରାଣ୍ଡିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତାଙ୍କ ରଣନୀତିରେ ବିଜେପି ଗଡ଼ ଭେଦିବାକୁ ସଫଳ ହୋଇଛି ବିଜେଡି।

Leave A Reply

Your email address will not be published.