ଆନ୍ଦୋଳନ ଡାକରା ପ୍ରତ୍ୟାହାର କଲା ବିଜେଡି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆସନ୍ତାକାଲି ହେବାକୁ ଥିବା ବିଜେଡିର ୬ ଘଣ୍ଟିଆ ହରତାଳକୁ ପ୍ରତ୍ୟାହାର କରିନିଆଯାଇଛି। ବିଚାର ବିଭଗୀୟ ତଦନ୍ତ ନିର୍ଦ୍ଦେଶ ପରେ ହରତାଳ ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ଏହି  ନିଷ୍ପତ୍ତି ନିଆଯାଇଛି।  ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୂଚନା ମୁତାବକ,  ତେବେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ମାମଲାରେ ନ୍ୟାୟ ଦାବି କରି ରବିବାର ଆସନ୍ତା ୨୪ ତାରିଖରେ ବିଜେଡି ସକାଳ ୬ରୁ ଦିନ ୧ଟା ଯାଏଁ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବା ବୋଲି ଘୋଷଣା କରିଥିଲା । ହେଲେ ଗିକାଲି ବିଳମ୍ବିତ ରାତିରେ ସରକାର  ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କରି ୬୦ ଦିନରେ ରିପୋର୍ଟ ଦେବାକୁ ବିଜ୍ଞପ୍ତି ଜାରି କରିଛି ଗୃହ ବିଭାଗ ।

ପୀଡିତା, ମେଜର, ପୋଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗ, ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲା ସବୁର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ବିଜେଡି ତାର ହରତାଳ ପ୍ରତ୍ୟାହାର କରିନେଇଛି । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ବେଳେ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।  ତେଣୁ ଏ ସଂକ୍ରାନ୍ତରେ ବହୁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଦଳ ପକ୍ଷରୁ ଦିଆଯାଇଥିବା ଆସନ୍ତାକାଲିର ହରତାଳ ଡାକରାକୁ ପ୍ରତ୍ୟାହାର କରାଯାଉଛି। କାରଣ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ବୋଲି ଦଳ ଚାହେଁନି।

Leave A Reply

Your email address will not be published.