ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ଜିଲ୍ଲା ସୀମାନ୍ତରେ ଜଳ ପ୍ରପାତରେ ବୁଡ଼ି ୨ଡାକ୍ତରୀ ଛାତ୍ରୀ ମୃତ ଓ ଜଣେ ଡାକ୍ତରୀ ଛାତ୍ରୀ ଉଦ୍ଧାର, ୩ଜଣ ନିଖୋଜ। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ବହୁ ଖୋଜାଖୋଜି ପରେ ଅନ୍ୟ ୨ଜଣ ଛାତ୍ରୀଙ୍କର ମୃତଦେହ ମିଳିଥିଲା। ଏବେ ବି ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି। ତାଙ୍କାର କୌଣସି ପତ୍ତା ମିଳିନାହିଁ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଥିବା ଜଳ ତରଙ୍ଗିନୀ ଝରଣା ନିକଟରେ ଏହି ଅଘଟଣ ଘଟିଛି। ମାଲକାନଗିରି ସୀମାନ୍ତ ଆନ୍ଧ୍ର ଆଲୁରୀ ଜିଲ୍ଲା ତରଙ୍ଗିନୀ ବୁଲି ଆସିଥିଲେ ମେଡିକାଲ ଛାତ୍ର। ତେବେ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ୧୩ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଝରଣା ନିକଟରେ ବସି ଗପସପ କରୁଥିଲେ। ଏହି ସମୟରେ ହଠାତ୍ ଝରଣା ପାଣି ମାଡ଼ି ଆସିଥିଲା। ୪ ଜଣ ଛାତ୍ରୀ ଓ ଜଣେ ଡାକ୍ତରୀ ଛାତ୍ର ଭାସି ଯାଇଥିଲେ।
ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଜଣେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ବହୁ ଖୋଜାଖୋଜି ପରେ ଅନ୍ୟ ୨ ଜଣ ଛାତ୍ରୀଙ୍କର ମୃତଦେହ ମିଳିଥିଲା। ହେଲେ ଏବେ ବି ଜଣେ ଡାକ୍ତରୀ ଛାତ୍ରୀ ନିଖୋଜ ଅଛନ୍ତି। ରାତିରେ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ ଉଦ୍ଧାରକାରୀ ଦଳ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି।