ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଗୁରୁବାର ଦଳ ପକ୍ଷରୁ ଉପ ନିର୍ବାଚନ ପାଇଁ ଏହି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି ।  ତେବେ ଟଙ୍କଧର ପାଇଁ ଏଥର ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ । ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ସାଂସଦ ଜୁଏଲ୍ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବ, ଜୟ ନାରାୟଣ ମିଶ୍ର, ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି । ତାଙ୍କ ସହିତ ସାଂସଦ ପ୍ରତାପ ଷଡଙ୍ଗୀ, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱର ମଧ୍ୟ ଟଙ୍କଧର ପାଇଁ ଉପ ନିର୍ବାଚନରେ ପ୍ରଚାର କରିବେ । ଏହାବାଦ୍ ବିଜୟପାଲ ସିଂହ ତୋମାର, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନିତେଶ ଗଙ୍ଗଦେବ, ମୋହନ ଚରଣ ମାଝୀ, ନାଉରୀ ନାୟକ, ସମ୍ବିତ ପାତ୍ରଙ୍କ ଭଳି ନେତା ଏଥର ପ୍ରଚାର ମୈଦାନକୁ ଓହ୍ଲାଇବେ । ତା ସହିତ ଖାରବେଳ ସ୍ୱାଇଁ, ସୁରମା ପାଢୀ, ସୂର୍ଯ୍ୟବଂଶୀ ସୁରଜ, ଦିନେଶ ଜୈନ ମଧ୍ୟ ଟଙ୍କଧର ପାଇଁ ଝାରସୁଗୁଡାରେ ପ୍ରଚାର କରିବେ ।

ସେହିପରି କିଛି ସମୟ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ବି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବହୁ ହେଭିଓ୍ବେଟ ସ୍ଥାନ ପାଇଛନ୍ତି ।  ସବୁଠୁ ବଡ଼ କଥା ହେଉଛି ଦୀପାଳି ଦାସଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୁରୁବାର ବିଜୁ ଜନତା ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ ଘୋଷଣା କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ନବୀନଙ୍କ ନାମ ସ୍ଥାନ ପାଇଛି । ଏହା ତଳକୁ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ମନ୍ତ୍ରୀ, ବିଧାୟକମାନେ ରହିଛନ୍ତି । ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ପ୍ରଣବ ପ୍ରକାଶ ଦାଶ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ ସାହୁ ଓ ପ୍ରତାପ ଜେନା ରହିଛନ୍ତି । ତାଙ୍କ ସହିତ ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ରୀତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରସାରଥୀ ବେହେରା, ବ୍ରଜକିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ କୁମାର ପଣ୍ଡା, ନଳିନୀ କାନ୍ତ ପ୍ରଧାନ, ସରୋଜ ମେହେର ପ୍ରଚାର କରିବେ । ଦୁଇଦିନ ପୂର୍ବରୁ ଆଗୁଆ କଂଗ୍ରେସ ଘୋଷଣା କରିସାରିଛି ଷ୍ଚାର ପ୍ରଚାରକ ତାଲିକା ।

Leave A Reply

Your email address will not be published.