ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଏଥର ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ। ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ମୋଦି।

ଦେଶରେ 6ଷ୍ଠ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଥିବା ବେଳେ ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏହି ସମୟରେ ଗଣମାଧ୍ୟମ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡିଶାର ଭାଗ୍ୟ ବଦଳିବାକୁ ଯାଉଛି, ଏଥର ନିଶ୍ଚିତ ସରକାର ବଦଳୁଛି । ବର୍ତ୍ତମାନର ଓଡିଶା ସରକାରଙ୍କ କାର୍ଯ୍ୟକାଳ ଜୁନ 4 ତାରିଖରେ ଏକ୍ସପାଏରୀ ହେବାକୁ ଯାଉଛି । ଜୁନ୍ 10 ତାରିଖରେ ଓଡିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି। ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି। ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି।

ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ। ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ। ଓଡ଼ିଶାରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନୀ ଜନସଭାରୁ ବିଜେଡି ସରକାରଙ୍କ ଏକ୍ସପାଏରୀ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥର ଡେଟ୍ ଦେଇ ଯାଇଥିଲେ ପ୍ରଧାନମନ୍ତ୍ରୀ ।  ସେହିପରି ସେ ସାମ୍ପ୍ରଦାୟିକ ଆରକ୍ଷଣ ମାମଲାରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସାମ୍ପ୍ରଦାୟିକ ତୁଷ୍ଟୀକରଣ ଦେଶକୁ ବରବାଦ କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚଳିତ ନିର୍ବାଚନରେ ବ୍ୟକ୍ତିଗତ ଟିପ୍ପଣୀ ଓ କଟାକ୍ଷପୂର୍ଣ୍ଣ ସମାଲୋଚନା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମତ ରଖି, ସେ ସର୍ବାଧିକ ସମାଲୋଚନାର ଶିକାର ହୋଇଥିବା କହିଛନ୍ତି । ଏହା ବିରୋଧୀଙ୍କ ନିରାଶାର ଭାବନା ବୋଲି କହିଛନ୍ତି ମୋଦି ।

Comments are closed.