ମହିଳାଙ୍କ ଉପରେ ମାଡ଼ିଗଲା OSRTC ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳାଙ୍କ ଉପରେ ମାଡ଼ିଗଲା OSRTC ବସ୍। କେନ୍ଦ୍ରାପଡା ଚାନ୍ଦୋଳ ବଜାରରେ ଅଭାବନୀୟ ଘଟଣା ଘଟିଛି। ଓଏସଆରଟିସି ବସ୍ ଧକ୍କାରେ ସ୍କୁଟି ଆରୋହୀ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ଖରିଦା ସାହି ଠାରେ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ତେବେ ସୂଚନା ମୁତାବକ, ଆଜି ସକାଳେ OSRTC ବସ୍ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା।

ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ସ୍କୁଟି ଆରୋହୀ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ସ୍କୁଟିରେ ଥିବା ମହିଳା ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ OSRTC ବସଟି ମାଡ଼ି ଯାଇଥିବା ସୂଚନା ରହିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.