ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ୱ ଦେଲା ବିଜେପି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଗାମୀ ନିର୍ବାଚନପାଇଁ ରାଜନେତାଙ୍କର ଚାଲିଛି ଜୋରସୋର ପ୍ରଚାର ପ୍ରସାର। ଏହାରି ଭିତରେ ବିଏସପି ସାଂସଦ ଦାନିଶ ଅଲିଙ୍କ ଉପରେ ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ଏକ ବଡ଼ ଦାୟିତ୍ୱ ଦିଆଯାଇଛି। ବିଜେପି ରମେଶ ବିଧୁଡ଼ୀଙ୍କୁ ଟୋଙ୍କ ଜିଲ୍ଲାର ଦାୟିତ୍ୱ ଦେଇଛି। ରାଜସ୍ଥାନର ଟୋଙ୍କ ଜିଲ୍ଲା ଦାୟିତ୍ୱରେ ରହିବା ପରେ ରମେଶ ବିଧୁଡୀ ମଧ୍ୟ ରାଜ୍ୟରେ ପ୍ରଚାର ଆରମ୍ଭ କରିଛନ୍ତି। ସେ ଜୟପୁରରେ ବିଜେପି ରାଜ୍ୟ ସଭାପତି ସିପି ଯୋଶୀଙ୍କ ସହ ଏକ ବୈଠକ କରିଥିଲେ।

ଏହି ବୈଠକରେ ନିର୍ବାଚନ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଅନ୍ୟପଟେ ଘୃଣାର ପ୍ରସାର କରୁଥିବା ନେତାଙ୍କୁ ସମ୍ମାନିତ କରାଯିବା ଶାସକ ଦଳର ପ୍ରକୃତ ଚରିତ୍ର ପଦାରେ ପଡ଼ିଛି ବୋଲି ଏମ୍‌ପି ଦାନିସ୍‌ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସାଂସଦ ବିଧୁଡୀ ପାର୍ଲାମେଣ୍ଟରେ ବିଏସ୍‌ପି ସାଂସଦ ଦାନିସଙ୍କୁ ଆତଙ୍କବାଦୀ କହିବା ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲା। ନୋଟିସ୍‌ର ସେ ଜବାବ ଦେଇ ନଥିବା ଜଣାପଡିଛି।

Leave A Reply

Your email address will not be published.