ସିଏଏ ଲାଗୁ କରିବାକୁ ନେଇ ମମତାଙ୍କ ଉପରେ ବର୍ଷିଲେ ବିଜେପି ନେତା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ସିଏଏକୁ ନେଇ ଲାଗି ରହିଛି ଚର୍ଚ୍ଚା । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସରକାର ଏହାକୁ ଲାଗୁ କରିବାକୁ ଯୋଜନା କରୁଛନ୍ତି । ଏହାରି ଭିତରେ ଏହାକୁ ନେଇ ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି । ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା ବାନାର୍ଜୀ) ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ କିନ୍ତୁ ଇଣ୍ଡିଆ ଆପଣଙ୍କ ସହ ନାହିଁ। ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛି। ନିକଟରେ ମମତା ବାନାର୍ଜୀ ତାଙ୍କର ଏକ ବିବୃତ୍ତିରେ କହିଥିଲେ ଯେ, ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାର ବିଦାୟ ନିଶ୍ଚିତ ଏବଂ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ମାତ୍ର ୬ ମାସ ବାକି ଅଛି।

ସୁକାନ୍ତ ମଜୁମଦାର ସିଏଏର କାର୍ୟ୍ୟକାରିତା ବିଷୟରେ କହିଥିଲେ ଯେ, ସିଏଏ ଲାଗୁ ହେବ ଏବଂ ମମତା ବାନାର୍ଜୀ ଏହାକୁ ବନ୍ଦ କରି ପାରିବେ ନାହିଁ। ବଙ୍ଗଳାର ଲୋକମାନେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିଷୟରେ ଜାଣିଛନ୍ତି ଏବଂ ଆଗାମୀ ସମୟରେ ସେ ମମତାଙ୍କୁ କ୍ଷମତାରୁ ହଟାଇବେ।

Leave A Reply

Your email address will not be published.