ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ ଦଣ୍ଡ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଜେପି ସାଂସଦଙ୍କୁ ୨ ବର୍ଷ ଜେଲ ଦଣ୍ଡ । ୨୦୧୧ରେ ଟରେଣ୍ଟ ପାଓ୍ବାର ସଂସ୍ଥାର କାର୍ୟ୍ୟାଳୟରେ ଭଙ୍ଗାରୁଜା କରିବା ସହ ଏହାର କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ଭାଜପା ଏମ୍‌ପି ରାମଶଙ୍କର କାଥେରିଆଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ଆଗ୍ରାର ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ ମାଜିଷ୍ଟ୍ରେଟ୍‌ କୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି।

ଏଥିପାଇଁ ଉତ୍ତରପ୍ରଦେଶ ଇଟାଓ୍ବାର ଏମ୍‌ପି କାଥେରିଆଙ୍କୁ ଲୋକ ସଭା ସଦସ୍ୟତା ହରାଇବାକୁ ପଡ଼ିପାରେ। ୨୦୧୧ ନଭେମ୍ବର ୧୬ରେ କାଥେରିଆ ଏକ ମଲ୍‌ରେ ଥବା ଟରେଣ୍ଟ ପାଓ୍ବାର ଅଫିସରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିବେ ବୋଲି କାଥେରିଆ କହିଛନ୍ତି।

Leave A Reply

Your email address will not be published.