ଓଡିଆ ନ୍ୟୁଜ୍(ବ୍ୟୁରୋ): ବିଜେପି ନେତୃତ୍ୱ ଏନଡିଏ ତରଫରୁ ରାଷ୍ଟ୍ରପତି ପଦ ପାଇଁ ଓଡିଆ ଝିଅ ଶ୍ରୀମତୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସାରା ରାଜ୍ୟରେ ଆନନ୍ଦ ଖେଳି ଯାଇଥିଲା ଏବଂ ସେ ସମ୍ବିଧାନର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସମସ୍ତ ଓଡିଶାବାସୀଙ୍କୁ ଏହା ଗୈାରବ ଆଣିଦେଇଛି । ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଭାରତବର୍ଷ “ଆଜାଦୀ କି ଅମୃତ ମହୋତ୍ସବ” ପାଳନ କରୁଥିବା ସମୟରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜଣେ ଓଡିଆ ଝିଅ । ଏହି ବିଜୟ ଉତ୍ସବ ପାଳନ ଅବସରରେ ବିଜେପି ଓଡିଶା ଓବିସି ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ରେଳଷ୍ଟେସନଠାରେ ଆଜି ମିଷ୍ଟାନ୍ନ ବଂଟନ କରାଯାଇଛି ।
ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ, ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଂକର ପତି, ସଂଗ୍ରାମ ନାୟକ, ପ୍ରଶାନ୍ତ ନାୟକ, ଜଗଦିଶ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ଦିଲୀପ ବେହେରା, ବିବେକାନନ୍ଦ ଜେନା, କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।