ରାଜଧାନୀରେ ଅଘୋଷିତ ଘନଘନ ବିଜୁଳି କାଟ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ, ଲଣ୍ଠନଧରି ବିଜେପିର ବିକ୍ଷୋଭ ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):-ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ଏବେ ଆହୁରି ଦ୍ୱିଗୁଣିତ ହୋଇଛି। ଭୁବନେଶ୍ୱରରେ ଗତ କିଛି ଦିନ ହେବ ଘନଘନ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେତୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଭଳି ପରିସ୍ଥିତିରେ OERC ର ବାରମ୍ବାର ବିଦ୍ୟୁତ୍ କାଟ ଲୋକ ମାନଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ରାଜ୍ୟ ସରକାରଙ୍କ OERC ସହ ଗୁପ୍ତ ବୁଝାମଣା ,ପ୍ରତିଦିନ ଅହେତୁକ ବିଦ୍ୟୁତ୍ କାଟ ପ୍ରତିବାଦରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଅଭିନବ ଢଙ୍ଗରେ ସହ ସହ କର୍ମୀ ଲଣ୍ଟନ ଧରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ କାଟ ହେବନାହିିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଏଭଳି ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନଥିବା ଯାତନା ଭୋଗୁଛନ୍ତି ।

ରାଜ୍ୟର ଶକ୍ତି ମନ୍ତ୍ରୀ ବିଦ୍ୟୁତ୍ କାଟ ହେବ ନାହିଁ ଲୋକ ହଇରାଣ ହେବାକୁ ନାହିଁ ବୋଲି କହିଥିଲେ ତାର ପରଦିନ ଠାରୁ ପ୍ରତିଦିନ କ୍ରମାଗତ ଭାବରେ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି କେଉଁଠି ଏକ ଘଣ୍ଟା ତ କେଉଁଠି ଅଧଘଣ୍ଟା ଯେଉଁ ଭଳି ଭାବରେ ରାଜ୍ୟ ସରକାର OERC ସାଙ୍ଗରେ ମିଳିତ ଭାବରେ ଗୁପ୍ତ ବୁଝାମଣା କରି ସାଧାରଲୋକଙ୍କ ଉପରେ ନାହିଁ ନଥିବା ଅତ୍ୟାଚାର କରୁଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ କୋଡ଼ିଏ ହଜାର କୋଟି ଟଙ୍କା OERC କୁ ଦେଇଥିଲେ ତାର ହିସାବ ମାଗିଲେ ଦେଇପାରୁ ନାହାନ୍ତି। ଏ କୋଉଠୀ ନା କୋଉଠି ଆଭିତରେ ଗୋଟେ ବଡ଼ ଗୁପ୍ତ ବୁଝାମଣା ହୋଇଛି ଏବଂ OERC ଏହି କଥାକୁ ଜାଣିଶୁଣି କରୁଛନ୍ତି, ଏଥିରେ ଶକ୍ତି ମନ୍ତ୍ରୀ ନିଜେ ସମ୍ପୃକ୍ତ ଏଣୁ ଆଜି ସାଧାରଣ ଲୋକ ହଇରାଣ ହେଉଛନ୍ତି।

ରାଜ୍ୟ ରାଜଧାନୀ ରେ ଯଦି ଏହି ଅବସ୍ଥା ତେବେ କୋରାପୁଟ କଳାହାଣ୍ଡି ଅପହଞ୍ଚ ଅଞ୍ଚଳରେ କିଭଳି ଲୋକେ ହଇରାଣ ହେଉଥିବେ ଆପଣ ଅନୁମାନ କରନ୍ତୁ। ଭାରତୀୟ ଜନତା ପାର୍ଟି ଏଥିରେ ଚୁପ୍ ହୋଇ ବସିବ ନାହିଁ ଏହି କଥାକୁ ନେଇ ରାଜରାସ୍ତାକୁ ଓଲ୍ହେଇବ ଓ ଆଗାମୀ ଦିନରେ ଭୁବନେଶ୍ୱରର ସମସ୍ତ ଇଲେକ୍ଟ୍ରି ଅଫିସ୍ ଆଗରେ ଏହି ଆନ୍ଦୋଳନ ଚାଲିବ। ଯେ ପଯ୍ୟନ୍ତ ସାଧାରଣ ଲୋକ୍ ଏହି ଦୁଃଖ ଦୃଦଶା ରୁ ବର୍ତୀ ନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଧାଫାଶ କରିବା ପଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଜିଲ୍ଲା ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି। ରାଜ୍ୟ ବାସୀଙ୍କୁ ଠକିବା ଆଉ ଚଳିବ ନାହିଁ ଆର ଜବାବ ଆଗାମୀ ଦିନରେ ଜନସାଧରଣ ଦେବେ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଛନ୍ତି।ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ଉପ ସଭାପତି ରାଜେନ୍ଦ୍ର ଦାସ, ମନୋରଞ୍ଜନ ସ୍ବାଇଁ, ସୁର ଜେନା, ସୁଶାନ୍ତ ସାବତ, ଜିଲ୍ଲା ମଣ୍ଡଳ ସଭାପତି ରାମ ଚନ୍ଦ୍ର ରଣସିଂ, ଅମରଜ୍ୟୋତି ଜଗଦ୍ଦେବ, ଦାମୋଦର ବେହେରା, ଜିତେନ୍ଦ୍ର ମହାନ୍ତି,ବିଜୟ ରାଉତ, ସୋୟମ୍ଭୁ ପଟ୍ଟନାୟକ,ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଆଶିଷ ମହାପାତ୍ର, ରଜନୀବାଳା ଦାସ, ବିଜେପି ନେତା ସୁନିଲ ପ୍ରଧାନ, ମନୋଜ ପଶ୍ଚିମକବାଟ, ତୁଳସୀ ବିଶୋଇ , ଜୟନ୍ତୀ କର, ସସ୍ମିତା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.