ଭୁବନେଶ୍ୱରର ଏମ୍ସର ନୂଆ ଅଧ୍ୟକ୍ଷ ଡକ୍ଟର ଏ. କେ ବିଷୋୟୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରର ଏମ୍ସର ନୂଆ ଅଧ୍ୟକ୍ଷ ହେଲେ ଜଣାଶୁଣା କାର୍ଡିଆକ୍ ସର୍ଜନ ଡକ୍ଟର ଏ. କେ ବିଷୋୟୀ ।  ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡକ୍ଟର ସୁବ୍ରତ ଆଚାର୍ଯ୍ୟଙ୍କ ସ୍ଥାନରେ ଡକ୍ଟର ଏ.କେ ବିଷୋୟୀ ଏମ୍ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ ହେବେ । ଏବେ ଡକ୍ଟର ବିଷୋୟୀ ଦିଲ୍ଲୀ ଏମ୍ସରେ କାର୍ଡିଆକ ସର୍ଜରୀରର ପ୍ରଫେସର ଅଛନ୍ତି ।

ପ୍ରାୟ ୩ ଦଶନ୍ଧି ଧରି କାର୍ଡିଆକ୍ ସର୍ଜନ ଭାବେ ଡକ୍ଟର ବିଷୋୟୀଙ୍କ ଭରପୁର ଅଭିଜ୍ଞତା ରହିଛି । ପ୍ରାୟ ୩୨ ହଜାର କାର୍ଡିଆକ୍ ସର୍ଜରୀ କରିଛନ୍ତି ଶ୍ରୀ ବିଷୋୟୀ । ଡକ୍ଟର ବିଷୋୟୀଙ୍କୁ ତାଙ୍କ ଉଲ୍ଲେଖନୀୟ ସ୍ୱାସ୍ଥ୍ୟସେବା ପାଇଁ ଅନେକ ପୁରସ୍କାର ମଧ୍ୟ ମିଳିଛି । ସେ ସମ୍ମାନଜନକ ଡକ୍ଟର ବି ସି ମେମୋରିଆଲ୍ ଆୱାର୍ଡ ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.