ପ୍ରେମରେ ସଫଳ ହେବାର ସରଳ ଉପାୟ ଜାଣନ୍ତୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜିକାଲିର ଯୁବପିଢି ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି । ହେଲେ ଅଧିକାଂଶ ସମୟରେ ସେମାନେ ଏଥିରେ ସଫଳ ହୋଇପାରନ୍ତି ନାହିଁ । ଏମିତିକି ବେଳେବେଳେ ସେମାନଙ୍କର ପିତା-ମାତା ତଥା ପରିବାର ବର୍ଗଙ୍କର ସହଯୋଗ ମିଳିନଥାଏ । ବେଳେବଳେ ପୁଅ ଓ ଝିଅଙ୍କର ପ୍ରେମକୁ ବିବାହରେ ପରିଣତ କରିବା ପାଇଁ ପରିବାରର ସ୍ୱୀକୃତି ମଧ୍ୟ ମିଳିନଥାଏ । ଯଦି ଆପଣଙ୍କର ପ୍ରେମ ବିବାହକୁ ନେଇ ସେଭଳି କିଛି ସମସ୍ୟା ଦେଖାଯାଉଛି, ତାହେଲେ ଆପଣାନ୍ତୁ ଏହିସବୁ ଉପାୟ

ରତ୍ନ ପଥର-  ଜ୍ୟାେତିଷ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆପଣ ହୀରା କିମ୍ବା ରତ୍ନ ପଥର ଧାରଣ କରିପାରିବେ । ଏପରିକି ଆପଣ ୧୬ ସୋମବାର ବ୍ରତ ରଖିପାରିବ । ଏହି ବ୍ରତ କରିବା ଦ୍ୱାରା ଭଗବାନ ଶଙ୍କରଙ୍କ କୃପା ପ୍ରାପ୍ତି ହୋଇଥାଏ ।

କୁଣ୍ଡଳୀରେ ରହିଥାଏ ପ୍ରେମ ବିବାହ ଯୋଗ-  କୁଣ୍ଡଳୀର ୫ମ ଓ ୭ମ ଭାବରେ ବିବାହ ସ୍ଥାନ ରହିଥାଏ । ପଞ୍ଚମ ଭାବର ସ୍ୱାମୀ ଚନ୍ଦ୍ର ଦେବ ହୋଇଥାନ୍ତି । ଯେଉଁଥିପାଇଁ ଆପଣଙ୍କୁ ଚନ୍ଦ୍ରଙ୍କୁ ପ୍ରସନ୍ନ କରିବା ଲାଗି ମୋତି ଧାରଣ କରିବାକୁ ପଡିବ । ଏମିତି କଲେ ଆପଣଙ୍କ ଇଚ୍ଛା ପୂର୍ତ୍ତି ହୋଇପାରେ ।
ମଙ୍ଗଳ ଦୋଷ- ମଙ୍ଗଳ ଦୋଷ ଲାଗି ପ୍ରେମ ବିବାହରେ ଅନେକ ସମସ୍ୟା ଉପୁଜିଥାଏ । ଏହି ଦୋଷକୁ ଦୂର କରିବା ଲାଗି ଜ୍ୟାେତିଷ ଶାସ୍ତ୍ରରେ କୁମ୍ଭ ବିବାହ ଓ ବଟ ବିବାହକୁ ପ୍ରମୁଖ ବୋଲି ମାନ୍ୟତା ରହିଛି ।

Leave A Reply

Your email address will not be published.