ଲବଙ୍ଗ ଓ କ୍ଷୀରରେ ପ୍ରଚୁର ପରିମାଣର ପୋଷକତତ୍ୱ ଭରପୁର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲୋକେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ତ ପୁଣି ଆଉ କିଏ ପସନ୍ଦ କରନ୍ତି ନାହିଁ । କିନ୍ତୁ କ୍ଷୀରରେ ଅନେକ ଭିଟାମିନ୍ସ ରହିଛି ଯାହା ବିଷୟରେ ଆପଣ ଜାଣିଥିବେ । କିଛି ଲୋକେ ଖାଲି କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି ତ ଆଉ କିଛି ସେଥିରେ ଅନ୍ୟ ସବୁ ଜିନିଷ ମିଶାଇ ପିଇବାକୁ ।

ଆପଣ କେବେ ଲବଙ୍ଗ କ୍ଷୀର ପିଇଛନ୍ତି କି ଯଦି ପିଇନାହାନ୍ତି ନୁହେଁ ତେବେ ଆପଣଙ୍କୁ ନିଶ୍ଚିତ ଏହି କ୍ଷୀର ପିଇବା ଦରକାର ।କାରଣ ଏଥିରେ ଅନେକ ପରିମାଣରେ ଭିଟାମିନ  ଭରି ରହିଛି । କ୍ଷୀର ସବୁବେଳେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ | ଜ୍ୱର , ଥଣ୍ଡା ହେଉ କିମ୍ବା ଅନ୍ୟ କିଛି ରୋଗ କ୍ଷୀର ସବୁବେଳେ ହିତକର ହୋଇଥାଏ , ଏମିତିରେ ବି ଶୀତ ଦିନେ ଅଧିକାଂଶ ଲୋକ ଗରମ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି | କୁହାଯାଏ କ୍ଷୀର ପିଇଲେ ଭଲ ନିଦ ହେବା ସହ ହଜମ ଶକ୍ତି ମଧ୍ୟ ଭଲ ହୋଇଥାଏ |

ଆପଣ ଜାଣିଛନ୍ତି କି , କ୍ଷୀରରେ ଲବଙ୍ଗ ମିଶାଇ ପିଇଲେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ |ଲବଙ୍ଗ ଓ କ୍ଷୀର ଦୁଇଟିରେ ପ୍ରଚୁର ପରିମାଣର ପୋଷକତତ୍ୱ ଭରପୁର ହୋଇ ରହିଥାଏ | କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭରପୂର ମାତ୍ରାରେ ରହିଥିବା ବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମର ମାତ୍ରା ଢେର ଅଧିକ ଥାଏ | ଶୋଇବା ପୂର୍ବରୁ ପ୍ରତିଦିନ କ୍ଷୀରରେ ଲବଙ୍ଗ  ମିଶାଇ ପିଅନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କୁ ଏକ ଭଲ ସ୍ୱାଦ ମିଳିଥାଏ ଓ ଶରୀରରୁ ଥକ୍କା ପଣ ଦୂର ହୋଇଥାଏ | କ୍ଷୀର ସହ ଲବଙ୍ଗ ଆପଣ ଦିନର ଯେକୌଣସି ସମୟରେ ପି ପାରିବେ କିନ୍ତୁ ରାତିରେ ଏହାକୁ ପିଇଲେ ଭଲ ହୋଇଥାଏ |

 

Leave A Reply

Your email address will not be published.