ଭାରତ ଯୋଡ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗାମୀ ୬ ତାରିଖରେ ଭାରତ ଯୋଡ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ନ୍ୟାୟ ଯୋଡ ଯାତ୍ରା ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

ରାହୁଲ ଓଡ଼ିଶାରେ ପହଞ୍ଚି ସୁନ୍ଦରଗଡ଼ରେ ରୋଡ୍‌ ସୋ’ କରିବେ। ଓଡ଼ିଶାରେ ପ୍ରାୟ ୨୦୦ କିଲୋମିଟର ପଦଯାତ୍ରା କରିବାର ଅଛି। ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ସ୍ଵାଗତ କରାଯିବ। ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ। ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ ୭ ଓ ୮ ତାରିଖରେ କାର୍ଯ୍ୟକ୍ରମ। ରାହୁଲଗାନ୍ଧୀଙ୍କ ଅଫିସରୁ ଏଥିପାଇଁ ୨ ଟି ଟିମ ଆସି ଓଡ଼ିଶାରେ ପହଞ୍ଚିଛନ୍ତି।

ଗୋଟିଏ ଟିମ ସୁନ୍ଦରଗଡ଼ ଓ ଅନ୍ୟ ଟିମ ଭୁବନେଶ୍ୱରରେ ଅଛି। ଏହାସହ ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ ଓ ଆବାହାକ ଭାବେ ମାନସ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସବୁ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ଏଥିରେ ସହଯୋଗ କରିବେ।

Leave A Reply

Your email address will not be published.