ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୪ ଉଦଯାପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମାରୋହରେ ଯୋଗଦେଇ ଚାଷୀଭାଇଭଉଣୀଙ୍କୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ଶ୍ରେଷ୍ଠ କୃଷକ, ଶ୍ରେଷ୍ଠ ପାଣି ପଞ୍ଚାୟତ, ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ, ଶ୍ରେଷ୍ଠ ପ୍ରକଳ୍ପ ଓ ଶ୍ରେଷ୍ଠ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଛନ୍ତି। ଜଳର ଉଚିତ୍ ବ୍ୟବହାର ସହ ଜଳର ସଂରକ୍ଷଣ ଓ ପୁର୍ନବ୍ୟବହାର ଦିଗରେ ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ପ୍ରାୟ ୪୦ ହଜାର ପାଣି ପଞ୍ଚାୟତ ଗଠନ ହୋଇଛି। ପାଣି ପଞ୍ଚାୟତ ରାଜ୍ୟର ଚାଷୀ ଭାଇଭଉଣୀମାନଙ୍କୁ ଜଳ ଅଧିକାର ଦେଇଛି।

ଏହାର ସୁବିନିଯୋଗ ପାଇଁ ଦାୟିତ୍ୱ ମଧ୍ୟ ଦେଇଛି। ପାଣି ପଞ୍ଚାୟତ ଦ୍ୱାରା ସେମାନେ ପାଣିର ସଠିକ୍‌ ଉପଯୋଗ କରିବା ସହିତ ଏକାଠି ହୋଇ କାମ କରିବାର ଇଚ୍ଛାଶକ୍ତି ଓ ଦକ୍ଷତା ମଧ୍ୟ ବଢିଛି। ପାଣି ପଞ୍ଚାୟତର ସୁବିନିଯୋଗରେ ରାଜ୍ୟର ଚାଷୀମାନେ ଭଲ ଫସଲ କରି ବେଶ ଉପକୃତ ହେଉଛନ୍ତି।

Leave A Reply

Your email address will not be published.