ବଜେଟ୍ ଅଧିବେଶନରେ ଉତ୍କଳମଣିଙ୍କୁ ମନେପକାଇଲେ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେଲା ସଂସଦର ସ୍ବଳ୍ପକାଳୀନ ବଜେଟ ଅଧିବେଶନ । ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଭୟ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ନୂଆ ସଂସଦ ଭବନରେ ପ୍ରଥମ ଅଭିଭାଷଣରେ ନୂଆ ଭାରତ ଏବଂ ଶ୍ରେଷ୍ଠ ଭାରତ ନେଇ ସଂକଳ୍ପ ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ଦୌପଦୀ ମୁର୍ମୁ । ଏହା ପରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ରାଷ୍ଟ୍ରପତି । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପଂକ୍ତିକୁ ଓଡିଆରେ କହିଛନ୍ତି ।

ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିବେଶନରେ ବିଜେପି ସରକାରର ଅନେକ ସଫଳତା ଓ ଗାରିମା ବଖାଣିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଏହି ଅବସରରେ ସେ ଓଡିଆରେ ରଖିଥିଲେ ଅଭିଭାଷଣ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ପଂକ୍ତିକୁ ଓଡ଼ିଆରେ ବୁଝାଇଥିଲେ ରାଷ୍ଟ୍ରପତି ।

ଗୋପବନ୍ଧୁଙ୍କ ପଂକ୍ତି ମିଶୁ ମୋର ଦେହ ଏ ଦେଶ ମାଟିରେ କହି ପରେ ପରେ ହିନ୍ଦୀରେ ଅନୁବାଦ କରି ବୁଝାଇଥିଲେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଏପରି କହିବା ପରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ ଜଣାଇ ତାଳି ବାଡାଇ ଉତ୍ସାହୀତ କରିଥିଲେ ।

Leave A Reply

Your email address will not be published.