ହସ୍ପିଟାଲରେ ଭାରତୀୟ ବ୍ୟାଟର ତଥା କର୍ଣ୍ଣାଟକ ରଣଜୀ ଟିମ୍ ଅଧିନାୟକ ମୟଙ୍କ ଅଗ୍ରୱାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହସ୍ପିଟାଲରେ ଭାରତୀୟ ବ୍ୟାଟର ତଥା କର୍ଣ୍ଣାଟକ ରଣଜୀ ଟିମ୍ ଅଧିନାୟକ ମୟଙ୍କ ଅଗ୍ରୱାଲ। ମୟଙ୍କ ଅଗରତାଲାରୁ ମ୍ୟାଚ ଖେଳି ଦିଲ୍ଲୀ ଅଭିମୁଖେ ବିମାନରେ ବସିଥିଲେ। ବିମାନ ଟେକ୍‌ ଅଫ୍‌ ପୂର୍ବରୁ ହିଁ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ବେକ ଓ ମୁହଁରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ତାଙ୍କୁ ତୁରନ୍ତ ଅଗରତାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ରହିଥିବା ମୟଙ୍କ କର୍ଣ୍ଣାଟକ ରଣଜୀ ଟ୍ରଫି ଦଳର ଅଧିନାୟକ ରହିଛନ୍ତି।ତେବେ ଏହି ଘଟଣାର ତଦନ୍ତ ପାଇଁ ପୋଲିସ ନିକଟରେ ମୟଙ୍କ ଅଗ୍ରୱାଲ ତାଙ୍କ ମ୍ୟାନେଜରଙ୍କ ମାଧ୍ୟମରେ ଏକ ଅଭିଯୋଗ କରିଛନ୍ତି। ମୟଙ୍କଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ୱେଷ୍ଟ ତ୍ରିପୁରା ଏସ୍‌ପି କିରଣ କୁମାର।

ସେ କହିଛନ୍ତି ‘ଆନ୍ତର୍ଜାତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। କିନ୍ତୁ ତାଙ୍କ ମ୍ୟାନେଜର୍‌ ଏହି ଘଟଣାର ତଦନ୍ତ ପାଇଁ NCCPS ଅଧିନରେ ଏକ ଅଭିଯୋଗ ଦାୟର କରିଛନ୍ତି’। ସେପଟେ ମୟଙ୍କ ଅଗ୍ରୱାଲଙ୍କ ମ୍ୟାନେଜର କହିଛନ୍ତି ‘ଯେତେବେଳେ ମୟଙ୍କ ବିମାନରେ ବସିଥିଲେ ତାଙ୍କ ସାମ୍ନାରେ ଏକ ପାଉଚ୍‌ ଥିଲା। ସେ ପାଣି ଭାବି ଅଳ୍ପ ପିଇଥିଲେ। ଏହା ପିଇବା ପରେ ହଠାତ୍ ତାଙ୍କ ପାଟି ଓ ଗଳାରେ ଜଳାପୋଡା ଅନୁଭବ ହୋଇଥିଲା। ସେ କଥା ମଧ୍ୟ କହିପାରିନଥିଲେ। ଯାହାଫଳରେ ତାଙ୍କ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା’।

Leave A Reply

Your email address will not be published.