ରାଜଧାନୀରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଜଧାନୀରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ । ରଣକ୍ଷେତ୍ର ପାଲଟିଲା ଖଣ୍ଡଗିରି ନୂଆ ରୋଡ । ରାସ୍ତାରେ ବୁଲିଲା ମାରଣାସ୍ତ୍ର । ରାସ୍ତା ଉପରେ ପିଟାପିଟି ହେଲେ ଦୁଇ ଗୋଷ୍ଠୀ । ଏହି ସଂଘର୍ଷରେ ଉଭୟ ଗୋଷ୍ଠୀର ପାଖାପାଖି ୪ ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ଖଣ୍ଡଗିରି ନୂଆ ରୋଡରେ ଏହି ଘଟଣା ଘଟିଛି । ଏନେଇ ପୋଲିସ ୫ରୁ ୬ ଜଣକୁ ଥାନାରେ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ। ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଥିଲେ। ରାସ୍ତା ଉପରେ ଖଣ୍ଡାଭୁଜାଲିରେ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିଲେ। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭୁବନେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା ନୂଆ ନୁହେଁ, କିଛି ଦିନ ତଳେ ଏୟାରପୋର୍ଟ ଛକଠୁ ମାତ୍ର ୧୦୦ ମିଟର ଦୂରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏଥିରେ ଉତ୍ତେଜନାକାରୀମାନେ ମୁଣ୍ଡ ଫଟାଫଟି ହେବା ସହ ହାତକୁ ହାଣି ଦେଇଥିଲେ। ଏହି ଘଟଣାରେ ପୋଲିସ ଦୁଇଟି କେସ୍ କରି ଉଭୟ ଗୋଷ୍ଠୀର ପିଲାଙ୍କୁ ଗିରଫ କରିଥିଲା । ଦିନକୁ ଦିନ ଭୁବନେଶ୍ଵରର ଏଭଳି ଗୋଷ୍ଠୀ ସଂଘର୍ଷ ଭୟଙ୍କର ରୂପ ନେଉଛି । ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଛାତ୍ର ଗୋଷ୍ଠୀ ଓ ରାଜନୈତିକ ଦଳର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଉଛି ।

Leave A Reply

Your email address will not be published.