ଡିହଗାଁରେ ଏକ ସଡ଼କ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ରାସ୍ତା ଡିହଗାଁ ନିକଟରେ ଦୁର୍ଘଟଣା । ଟ୍ରକ ଓ ମୋପେଡ୍‌ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଯେ ଉଭୟ ମୃତାହତ ହେଉଛନ୍ତି ସ୍ଥାନୀୟ ପାଲାଗୁଣ୍ଠୁଣି ଗାଁର କବାଡ଼ିଆ। ସେ ଦୁହେଁ ସକାଳୁ ୨ଟା ବାଇକ୍‌ ଯୋଗେ ବେପାରକୁ ଯାଉଥିଲେ। ସେମାନେ ଯାଉଥିବା ବେଳେ ଉଭୟଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।

ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଛି। ହେଲପରକୁ ଲୋକେ ଧରିଥିବା ସୂଚନା ରହିଛି। ସେପଟେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ହେଲେ ହେଲ୍‌ପରକୁ କାବୁ କରି ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ ।

Leave A Reply

Your email address will not be published.