ହାତୀ ଆକ୍ରମଣରେ ମହିଳା ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାତୀ ଆକ୍ରମଣରେ ମହିଳା ଗୁରୁତର | କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ବଡବିଲ ବନାଞ୍ଚଳର ଗୁଆଲି ସେକ୍ସନ ଅଧିନସ୍ଥ କୁନ୍ଦୁରୁପାଣି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ଜଣା ପଡିଛି।

ତେବେ ସୂଚନାନୁସାରେ ଗତକାଲି ଅପରାହ୍ନ ପ୍ରାୟ ଚାରିଟା ବେଳେ ଗ୍ରାମର ଜଣେ ମହିଳା ହୋପେନ ପିଙ୍ଗୁଆ ଅନ୍ୟମାନଙ୍କ ସହ ଜାଳେଣି କାଠ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା | ଯିବା ବେଳେ ହଠାତ ଏକ ଜଂଗଲୀ ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ମହିଳା ଜଣକ ଗୁରୁତର ହୋଇ ପଡ଼ିଥିଲେ।

ସୂଚନା ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ହୋପନକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଡବିଲ ମେଡିକାଲ ପଠାଇ ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଥିବା ଜଣା ପଡ଼ିଛି |

Leave A Reply

Your email address will not be published.