ପାରିବାରିକ କଳହର କରୁଣ ପରିଣତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ ମୃତ ସ୍ବାମୀ ଗୁରୁତର। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଦରାୟାଁ ଗ୍ରାମର ସେକ ଡୁମାଙ୍କ ପୁତ୍ର ସେକ କସିମୁଦ୍ଦିନଙ୍କ ସହ ପଥ ଦୂର୍ଗା ଗ୍ରାମର ଓ୍ବାଜୁଦିନ ଖାନଙ୍କ ଝିଅ ସହିତ ଛଅ ବର୍ଷ ତଳେ ବାହାଘର ହୋଇଥିଲା।

ସେମାନଙ୍କର ଚାରି ବର୍ଷର ପୁତ୍ର ଏବଂ ଦେଢ଼ ବର୍ଷର ଝିଅ ରହିଥିବା ବେଳେ ଛଅ ବର୍ଷ ମଧ୍ୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡା , ଗଣ୍ଡଗୋଳ ଲାଗିରହିଥିଲା। ତେବେ ଘଟଣାକୁ ନେଇ ଉଭୟ ଗ୍ରାମ ର ଭଦ୍ରବ୍ୟକ୍ତି ବାରମ୍ବାର ସମାଧାନ କରିଆସୁଥିଲେ । ତେବେ ଆଜି ସନ୍ଧ୍ୟା ସମୟରେ ସ୍ବାମୀ ସ୍ତ୍ରୀଙ୍କ ଝଗଡା ଉଗ୍ର ରୂପ ଧାରଣ କରିଥିଲା। ଉଭୟେ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ଉଭୟେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଉଭୟଙ୍କୁ ବସ୍ତା ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଡ଼ାକ୍ତର ସ୍ତ୍ରୀ ଓ୍ବାସେମୁନ ବିବି ଙ୍କୁ ମୃତ ଘୋଷଣା କରିଥିଲେ, ଏବଂ ଗୁରୁତର ସ୍ବାମୀ କସିମୁଦ୍ଦିନ କୁ ପୋଲିସ ହେପାଜତରେ ବାଲେଶ୍ଵର ମେଡିକାଲକୁ ପଠାଯାଇଥିବା ଜଣାପଡିଛି। ଏନେଇ ଝିଅର ବାପଘର ପଖ୍ଯରୁ ଝିଅକୁ ହତ୍ୟା କରାଯାଇଥିବା ସିଙ୍ଗଲା ଥାନା ରେ ଅଭିଯୋଗ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.