ସରସ୍ଵତୀ ଶିଶୁ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରସ୍ଵତୀ ଶିଶୁ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ | ଘଷିପୁରା ବ୍ଲକ ଅନ୍ତର୍ଗତ ରେକୁଟିଆ ସରସ୍ଵତୀ ଶିଶୁ ମନ୍ଦିରରେ ଚତୁର୍ଦ୍ଦଶ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳନ କରିଛି। ବଟକୃଷ୍ଣ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ରୂପେ ହାଡିବନ୍ଧୁ ପଟ୍ଟନାୟକ , ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ରେକୁଟିଆ କଲେଜର ଗୋଲକ ବିହାରୀ ଆଚାର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷାଅଧିକାରୀ ପ୍ରଦୀପ କୁମାର ଚକ୍ର, ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମହାରଣା, ସରପଞ୍ଚ ପଙ୍କଜିନୀ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବଳରାମ ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ହୃଷିକେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ବିଦ୍ୟାଳୟ ର ଆଚାର୍ଯ୍ୟ ଆଚାର୍ଯ୍ୟା ହିମାଂଶୁ ପଣ୍ଡା , ଗାୟତ୍ରୀ ସ୍ୱାଇଁ, ସୋମନାଥ ସୁତାର , ରଙ୍ଗାଧର ବେହେରା. ଅରୁପନନ୍ଦ ମିଶ୍ର. କଳ୍ପନା ପାତ୍ର.ସରସ୍ଵତୀ ନାୟକ,ପ୍ରିୟଦର୍ଶୀନୀ ନାୟକ, ଝୁନା ରାଉତ, ରାଜଶ୍ରୀ ପରିଡା, ସୁଉଶ୍ରୀ ଓଝା, ବର୍ଷାରାଣୀ ଓଝା,ଇତିଶ୍ରୀ ବଳ, ତପସ୍ୱିନୀ ବେହେରା, ସୂର୍ଣ୍ଣପ୍ରଭା ପଲେଇ, ଗୀତାଞ୍ଜଳୀ ପଲେଇ, ସିମରନ ସେଣ୍ଢ, ରୁତୁପ୍ରିୟା ସାହୁ, ଅପ୍ରିତା ନାୟକ ପରିଚାଳନା କରିଥିଲେ।

Leave A Reply

Your email address will not be published.