ପିକଅପ ଭ୍ୟାନ ଓଲଟି ୧୦ଟି ଛେଳି ମୃତ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଲଟିଲା ପିକଅପ ଚାଲିଗଲା ୧୦ ନିରୀହ ଜୀବଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କୁମ୍ଭାରମୁଣ୍ଡାକଟା ପଞ୍ଚାୟତ ନିକଟରେ ବିଳମ୍ବିତ ରାତିରେ ଛେଳି ଓ ମେଣ୍ଢା ବୋଝେଇ  ପିକଅପ ଓଲଟି ଥିଲା । ବେଆଇନ ଭାବେ ପିକଅପରେ ବୋଝେଇ ହୋଇଥିବା ୮୮ଟି ଛେଳି ଓ ମେଣ୍ଢା ମଧ୍ୟରୁ ଘଟଣାସ୍ଥଳରେ ୧୦ ଟି ଛେଳିର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।

ଖବରପାଇ ସ୍ଥାନୀୟ ଲୋକମାନେ ଛେଳି ମେଣ୍ଢା ନେଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପରେ କ୍ରେନ ସାହାଯ୍ୟରେ ପିକଅପକୁ ଉଠାଇ ଥିଲା। ତେବେ ମଧ୍ୟରାତ୍ରୀରେ  ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଜ ଅଞ୍ଚଳ ଦାବିକରି ପିକଅପ ଭ୍ଯାନ ସହିତ ମୃତ ଓ ଜୀବିତ ଛେଳି ଥାନାକୁ ନେଇଯାଇ ଥିବା ଦେଖିବାକୁ ମିଳିଛି। ସେହିପରି ଡ୍ରାଇଭରକୁ ଗିରଫ କରିବା ସହିତ ୨୯ ନଂରେ ଏକ ମାମଲା ରୁଜୁ କରି ୧୦ ଟି ମୃତଛେଳିକୁ ପଶୁଡାକ୍ତର ବ୍ୟବଚ୍ଛେଦ କରି ପୋତି ଦେଇଛନ୍ତି। ଅନ୍ୟ ୭୮ ଛେଳିକୁ ସ୍ଥାନୀୟ ଏକ ଫାର୍ମକୁ ପୋଲିସ ପଠାଇ ଦିଆଯାଇ ଥିବା ଜଣାପଡିଛି। ଅନ୍ୟପଟେ ବିଭିନ୍ନ ସମୟରେ ଝାରପୋଖରିଆ ଓ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ବେଆଇନ ଗୋରୁ ଓ ଛେଳି ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଜାଣିନପାରିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ମାତ୍ର ଦୁର୍ଘଟଣା ପରେ ଘଟଣା ସାମ୍ନାକୁ ଆସିବା ସହିତ ପୁଲିସର ଗୁମର ଫିଟୁଛି ବୋଲି ଆଲୋଚନା ହେଉଛି।

ବାଙ୍ଗିରିପୋଷି ଥାନା ଇନ୍ସପେକ୍ଟର ଅଶୋକ କୁମାର ପହି କହନ୍ତି ସ୍ଥାନୀୟ ହାଟରୁ ମାଈଛେଳି ଓ ମେଣ୍ଢା ଗୁଡ଼ିକ କିଣି ଏକ ବାହାଘର ଭୋଜି ପାଇଁ ଯାଉଥିଲା । ହେଲେ ବାସ୍ତବତାକୁ ଏଡାଇଯାଇ ବିଭିନ୍ନ ଆଳରେ ପୋଲିସ ସଫେଇ ଦେଇ ନିଜର ସ୍ୱଚ୍ଛତା ପ୍ରମାଣ କରିବାକୁ ଆଗ୍ରହ ଦେଖାଇବା ହାତ୍ସ୍ୟସ୍ପଦ ଘଟଣା ବୋଲି ଉପସ୍ଥିତ ଲୋକମାନେ ଟୁପୁରୁଟାପୁରୁ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନକୁନେଇ ଆରଟିଓ କୁ ଖବର କରାଯାଇଥିବା ବାଙ୍ଗିରିପୋଷି ଥାନା ଅଧିକାରୀଙ୍କ ଶ୍ରୀ ପହିଙ୍କ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.