ନୂଆ ଗାଁ ଠାରେ ୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆ ଗାଁ ଠାରେ ୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ | ପ୍ରତିବର୍ଷ ପରି ମକର ସଂକ୍ରାନ୍ତି ପରେ ହସଖସି ମାହଲ ବଜାଇ ରଖି, ରାଇରଙ୍ଗପୁର ସହରସ୍ତ କଲେଜ ଛକ ନିକଟସ୍ତ ନୂଆ ଗାଁ ଠାରେ ଥିବା ତ୍ରୀବେଣୀ ଯୁବକ ସଂଘ ତରଫରୁ ୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ୨୦୨୪ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ଖେଳ ପ୍ରତିଯୋଗିତା ମଧ୍ୟରେ ବୟସ୍କ – ୧୫୦୦ ମି ଦୌଡ, ବାଳିକା- ୪୦୦ମି ଦୌଡ, ଚପଲ ରେସ୍, ଶିଶୁବାଳକ- ୨୦୦ମି ଦୌଡ, ମହିଳା – ଗୁଳି ଚାମୁଚ ଦୌଡ, ମହମବତୀ ଦୌଡ , ବାଳକ – ୮୦୦ମି ଦୌଡ, ଶିଶୁ ବାଳିକା – ୨୦୦ମି ଦୌଡ, ବେଲୁନ ଫୁଟା, ଶିଶୁ ବାଳକ/ବାଳିକା – ସାଧାରଣ ଜ୍ଞାନ ଅନ୍ୟତମ ଥିଲା | ଏହାପରେ ଆଦିବାସୀ ଲୋକନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର କୁଡୁମୀ ସମାଜ, ସଂପାଦକ ମନୋଜ କୁମାର ମହାନ୍ତ ଓ ୱାର୍ଡ ନଂ ୮ କାଉସିଲର ସୁଫଲ ଚନ୍ଦ୍ର ମହାନ୍ତ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାରରେ ପୁରସ୍କୃତ କରିଥିଲେ |

ଏହି ସାଂସ୍କୃତିକ ଓ ଶିକ୍ଷଣୀୟଭିତ୍ତିକ ପ୍ରତିଯୋଗିତାରେ ତ୍ରୀବେଣୀ ଯୁବକ ସଂଘ ସଭାପତି ଉତ୍ତମ କୁମାର ମହାନ୍ତ, ଉପସଭାପତି ଶୈଳେନ୍ଦ୍ର କୁମାର ମହାନ୍ତ, ସଂପାଦକ ବାପି ମହାନ୍ତ, ସହସଂପାଦକ ପ୍ରଭାତ କୁମାର ମହାନ୍ତ, କୋଷାଧକ୍ଷ ବାସୁ ସର୍ଦ୍ଦାର, ଉପଦେଷ୍ଟା ମଣ୍ଡଳୀ ଭାବେ ସନ୍ତୋଷ କୁମାର ମହାନ୍ତ, ଜ୍ୟୋତି ପ୍ରକାଶ ମହାନ୍ତ, ବିଜୟ କୁମାର ମହାନ୍ତ, ତପନ କୁମାର ମହାନ୍ତ, ସହାୟକ ଭାବେ ପ୍ରକାଶ ମହାନ୍ତ ଓ କ୍ରିଷ୍ଣା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ବିଶେଷ ଆକର୍ଷଣ ଭାବେ ମଡର୍ନ ଝୁମର ମେଲଡି ସ୍ଥାନୀୟ ତଥା ଦୂରଦୁରାନ୍ତର ଲୋକମାନଙ୍କୁ ଅତିଆନନ୍ଦିତ କରିଥିଲା | ଏହି କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଦେଖିବା ପାଇଁ ନୂଆ ଗାଁ କଲେଜ ଛକ ପଡିଆ ଦର୍ଶକମାନଙ୍କ ମହଲରେ ଭରପୁର ପରିଲକ୍ଷିତ ହୋଇଥିଲା |

Leave A Reply

Your email address will not be published.