ମାଲେସିଆର ନୂଆ ରାଜା ସୁଲତାନ୍ ଇବ୍ରାହିମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲେସିଆ ରାଜ ପରିବାର ଇତିମଧ୍ୟରେ ସୁଲତାନ୍ ଇବ୍ରାହିମ ସୁଲତାନ୍ ଇସ୍କନ୍ଦରଙ୍କୁ ପରବର୍ତ୍ତୀ ରାଜାଭାବେ ମନୋନୀତ କରିଥିବା ଜଣାପଡିଛି |ମାଲେସିଆରେ ରାଜତନ୍ତ୍ର ହାତରେ ଶାସନ କ୍ଷମତା ନଥିଲେ ସୁଦ୍ଧା ବିଭିନ୍ନ ପାରମ୍ପରିକ କାର୍ଯ୍ୟରେ ରାଜାଙ୍କର ଯୋଗଦାନକୁ ଗୁରୁତ୍ୱ ଦିଆଯାଇଥାଏ । ସେ ଆଜି ମାଲେସିଆର ୧୭ ତମ ରାଜା ଭାବରେ ଶପଥ ଗ୍ରହଣ କରିଛନ୍ତି ।

ବର୍ତ୍ତମାନର ରାଜା ଅଲ-ସୁଲତାନ ଅବଦୁଲ୍ଲା ଆଜି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।ସୁଲତାନ ଇବ୍ରାହିମ ୧୭ ତମ ରାଜ ଭାବରେ ଶପଥ ଗ୍ରହଣ କଲେ :-
ଯେତେବେଳେ ଦେଶରେ ରାଜନୈତିକ ଅସ୍ଥିରତା ବଢ଼େ, ସେତେବେଳେ ରାଜାଙ୍କୁ ତାଙ୍କ ବିବେକ ଅନୁଯାୟୀ ନିର୍ଦ୍ଦିଷ୍ଟ କ୍ଷମତା ବ୍ୟବହାର କରିବାକୁ ପଡିବ । ଯଦିଓ ଏହା କ୍ୱଚିତ୍ ଦେଖାଯାଏ । ମାଲେସିଆର ୧୭ ତମ ରାଜା ଭାବରେ ସୁଲତାନ ଇବ୍ରାହିମ ଇସ୍କନ୍ଦର ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ପରେ ସୁଲତାନ ଇବ୍ରାହିମ ଜାତୀୟ ମହଲରେ ଗାର୍ଡ ଅଫ୍ ଅନର ଯାଞ୍ଚ କରିଛନ୍ତି ।

ରାଜଶାହୀର ପରମ୍ପରା ଅନୁଯାୟୀ ମାଲେସିଆର ନଅଟି ରାଜ ପରିବାରର ମୁଖ୍ୟମାନେ ଥର ଥରକେ ପାଞ୍ଚ ବର୍ଷ ପାଇଁ ରାଜା ଭାବରେ ନିର୍ବାଚିତ ହୁଅନ୍ତି । ଏହା ୟାଙ୍ଗ ଡି ପର୍ଟୁଆନ୍ ଆଗୋଙ୍ଗ ନାମରେ ମଧ୍ୟ ଜଣାଶୁଣା । ସୁଲତାନ ଇବ୍ରାହିମଙ୍କୁ ୬୫ ବର୍ଷ ବୟସରେ ଅଲ-ସୁଲତାନ ଅବଦୁଲ୍ଲାଙ୍କ ସ୍ଥାନରେ ପାଞ୍ଚ ବର୍ଷ ପାଇଁ ରାଜା କରାଯାଇଛି । ସୁଲତାନ ଇବ୍ରାହିମ ତାଙ୍କର ସଚ୍ଚୋଟତା ଏବଂ ମହାନ ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା ।

Leave A Reply

Your email address will not be published.