ସୋରେନଙ୍କୁ ନିର୍ଯାତନା ଅଭିଯୋଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌।  ଜମି ଦୁର୍ନୀତି ମାମଲାରେ ତଦନ୍ତକାରୀ ଏଜେନ୍‌ସି ଅଧିକାରୀମାନେ ବୁଧବାର ସୋରେନଙ୍କୁ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ପଚରାଉଚରା କରିଥିଲେ। ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଆଜି ପଚରାଉଚରା କରୁଛି। ପୂର୍ବରୁ ଜାନୁଆରି ୨୦ ତାରିଖରେ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା।

ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ। ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ଶେଷ ସୁଯୋଗ ଦେଇଥିଲା । ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ଏହାପରେ ଆଜି ରାଞ୍ଚିସ୍ଥିତ ନିଜ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ। ଗତ ୨୦ରେ ମଧ୍ୟ ରାଞ୍ଚିସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି।

ଦିଲ୍ଲୀରୁ ଗତ ୨୯ ତାରିଖରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ଗତକାଲି ରାଞ୍ଚିରେ ପ୍ରକଟ ହୋଇଥିଲେ। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ହେମନ୍ତ ସୋରେନ୍‌ ରାଞ୍ଚିରେ ପହଞ୍ଚିଥିଲେ। ଏହାପରେ ସେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ନିଜ ବାସଭବନରେ ବୈଠକ କରିଥିଲେ। । ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି। ଉକ୍ତ ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.